ଘରେ ମାସ୍କ ତିଆରି କରି ପିନ୍ଧ, ୫ ଜଣଙ୍କୁ ଗିଫ୍ଟ ଦିଅ

ନୂଆଦିଲ୍ଲୀ: ଗତକାଲି ରାତି ୯ଟାରେ ୯ ମିନିଟ ଦୀପ ପ୍ରଜ୍ୱଳନ ନେଇ ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ସାରା ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କରୋନା ଲଢ଼େଇ ଲମ୍ବା ଲଢ଼େଇ, ଆମେ ଜିତିବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

କାଲି ରାତିରେ ସାରା ଦେଶର ୧୩୦ କୋଟି ଲୋକ ଶକ୍ତି ପ୍ରଦର୍ଶନ କଲେ। ୧୩୦ କୋଟି ଲୋକଙ୍କ ସାମୁହିକ ଶକ୍ତିକୁ ଆମେ ଦର୍ଶନ କଲୁ। ଏହି ଶକ୍ତି କରୋନା ବିରୋଧ ଲଢ଼େଇରେ ଆମକୁ ନୂଆ ଶକ୍ତି ଦେଇଛି। ଦେଶବାସୀଙ୍କୁ ଏହା ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଆମେ ଥକିବୁ ନାହିଁ କି ହାରିବୁ ନାହିଁ।  ଆମେ ଭାରତବାସୀ ଜିତିବୁ ବୋଲି କହିଛନ୍ତି।

ଏଥିପାଇଁ ଆମ ମନ, ବିଚାର, ସଂକଳ୍ପ ଏକଜୁଟ୍ ହେବା ଦରକାର। ଆଜି ବିଜେପିର ପ୍ରତିଷ୍ଠା ଦିବସ ଥିବାରୁ ଏହି ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ ମନ୍ତ୍ର ଦେଲେ ମୋଦି। କେହି ଜଣେ ବି ଯେମିତି ଭୋକରେ ନରହିବେ ସେଥିପ୍ରତି ଦେଖିବାକୁ କହିଛନ୍ତି।

ବର୍ତ୍ତମାନ ସ୍ଥିତିରେ ସମସ୍ତେ ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନିଜେ ଘରେ ମାସ୍କ ତିଆରି କରି ପିନ୍ଧିବା ସହ ୫ ଜଣଙ୍କୁ ଗିଫ୍ଟ ଦେବାକୁ କହିଛନ୍ତି।  ସେମିତି ଜରୁରୀ ସେବାରେ ଲାଗିଥିବା କର୍ମୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ସେ କହିଛନ୍ତି ..

You might also like