ମୋଦିଙ୍କୁ ଜାତିସଂଘର ‘ଚାମ୍ପିଅନ୍‌ସ ଅଫ୍ ଦ୍ ଅାର୍ଥ’ ସମ୍ମାନ

ନୂଆଦିଲ୍ଲୀ : ଜାତିସଂଘର ସମ୍ମାନଜନକ ପୁରସ୍କାର ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । ଅାଜି ଜାତିସଂଘ ପକ୍ଷରୁ ‘ଚାମ୍ପିଅନ୍‌ସ ଅଫ୍ ଦ୍ ଅାର୍ଥ ‘ ସମ୍ମାନରେ ମୋଦିଙ୍କୁ ସମ୍ମାନିତ କରାଯାଇଛି । ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ମୋଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତିସଂଘ ପକ୍ଷରୁ ଏହି ସମ୍ମାନ ମିଳିଛି ।

ଜାତିସଂଘର ପରିବେଶ ବିଭାଗ ମୁଖ୍ୟ ଇରିକ୍ ସୋଲିହିମ୍ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି ଅବସରରେ ପରିବେଶ ସୁରକ୍ଷା ଦିଗରେ ମୋଦିଙ୍କ ପ୍ରଚେଷ୍ଟାକୁ ପ୍ରଂଶସା କରିଛନ୍ତି ସେ । ଏକାଦଶ ଶତାବ୍ବୀରେ ମୋଦିଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଛନ୍ତି ।

ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିଥିବା ବିଶ୍ୱର ଟପ୍ ମୋଷ୍ଟ୍ ନେତାଙ୍କୁ ପ୍ରତିବର୍ଷ ସମ୍ମାନିତ କରାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି।

You might also like