ମୋଦି କହିଲେ ଅଗଷ୍ଟ ୨୯ରୁ ଆରମ୍ଭ ହେବ ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ

ନୂଆଦିଲ୍ଲୀ: ଅଗଷ୍ଟ ୨୯ରୁ ଦେଶରେ ଆରମ୍ଭ ହେବ ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ। ଦେଶବାସୀଙ୍କୁ ଆଜି ମନ୍ କି ବାତ୍ ଶୁଣାଇବା ଅବସରରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ ଅଭିଯାନ ଆରମ୍ଭ ହେବ। ଏଥିପାଇଁ ସମସ୍ତଙ୍କୁ ଫିଟ୍ ହେବା ସହ ସଚେତନ ହେବା ଆଶା ରଖୁଛି ବୋଲି ମୋଦି କହିଛନ୍ତି ।

ସେହିଭଳି ଗତ କିଛି ବର୍ଷ ହେବ ଗାନ୍ଧି ଜୟନ୍ତୀ ପୂର୍ବରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅଭିଯାନ  ଚାଲିଆସୁଛି। ଏଥର ଏହି ଅଭିଯାନ ୧୧ ସେପ୍ଟେମ୍ବରରୁ ଆରମ୍ଭ  କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା ପାଇଁ ଜନ ଆନ୍ଦୋଳନ କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି।

ମୋଦି ତାଙ୍କ ଦ୍ୱିତୀୟ ପାଳିର ତୃତୀୟ ମନ କି ବାତ୍‌ରେ ଦେଶରୁ କୁପୋଷଣ ଦୂର କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଏବର୍ଷ ସେପ୍ଟେମ୍ବର ମାସକୁ ପୋଷଣ ଅଭିଯାନ ଭାବେ ପାଳନ କରାଯିବ ବୋଲି ମୋଦି କହିଛନ୍ତି। ଜନ୍ମାଷ୍ଟମୀ ପାଇଁ ମନ୍ କି ବାତ୍‌ରେ ଦେଶବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ମୋଦି।

ଆହୁରି ପଢ଼ନ୍ତୁ

ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଭୁଲ୍‌ ପାଇଁ ଟ୍ୱିଟରକୁ ଲିଖିତ ଉତ୍ତର ମାଗିଲା ସଂଯୁକ୍ତ ସଂସଦୀୟ କମିଟି

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

You might also like