କୋଭିଡ ଟିକା ପ୍ରସ୍ତୁତକାରୀ କମ୍ପାନି କର୍ତ୍ତୃପକ୍ଷଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ ଟିକା ପ୍ରସ୍ତୁତକାରୀ କମ୍ପାନି କର୍ତ୍ତୃପକ୍ଷଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନ୍ଫରେନ୍ସିଂରେ ହୋଇଛି ଏହି ଆଲୋଚନା। ଜେନୋଭା ବାଓଫାର୍ମାସୁଟିକାଲ୍, ବାଓଲଜିକାଲ-E ଏବଂ ଡର ରେଡ୍ଡି କମ୍ପାନିର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି।

ଭ୍ୟାକସିନ୍ ନିର୍ମାଣରେ ଲାଗିଥିବା ବୈଜ୍ଞାନିକ ଓ ଗବେଷକଙ୍କ ପ୍ରୟାସକୁ ଭୁରି ଭୁରି ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ। ଖାଲି ଭ୍ୟାକସିନ୍ ନିର୍ମାଣ ନୁହେଁ ଏହାକୁ ସାଧାରଣଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ବି କମ୍ପାନିକୁ ଗୁରୁତ୍ୱ ଦେଇଛନ୍ତି। ଏହାସହ କରୋନା ଟିକା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅଧିକ ତଥ୍ୟ ଦେବାକୁ ମୋଦି ପରାମର୍ଶ ଦେଇଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ପୁନେର ସେରମ ଇନଷ୍ଟିଟ୍ୟୁ ଅଫ୍ ଇଣ୍ଡିଆ, ଅହମ୍ମଦାବାଦ ଜାଇଡସ କାଡିଲଶ ଓ ହାଇଦ୍ରାବାଦର ଭାରତ ବାଓଟେକ୍ ଯାଇ ଟିକା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ।

You might also like