ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ର ଦ୍ୱିତୀୟ ସଂସ୍କରଣ। ଦେଶ ତଥା ବିଦେଶର ପରୀକ୍ଷାର୍ଥୀଙ୍କ ସହ ସିଧାସଳଖ ପ୍ରଧାନମନ୍ତ୍ରୀ କଥା ହେବେ। ଏଥିସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ସେ ପରୀକ୍ଷା ମନ୍ତ୍ର ଦେବେ।

ପରୀକ୍ଷା ସିଜନ୍ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିବେ ।

ପରୀକ୍ଷା ସମୟରେ କିପରି ଚାପ ମୁକ୍ତ ରହିବେ ସେନେଇ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବେ। ଏଥିଲାଗି ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୭୫ ଜଣ ଛାତ୍ରଛାତ୍ରୀ ଦିଲ୍ଲୀରେ ପହଞ୍ଚିଛନ୍ତି। ବିଦେଶରେ ରହୁଥିବା କିଛି ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ।

ଏଥିଲାଗି ରାଜ୍ୟର କିଛି ଶିକ୍ଷାନୁଷ୍ଠାନରେ ସିଧାପ୍ରସାରଣ ଦେଖିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଖାଲି ସେତିକି ନୁହେଁ ଅଭିଭାବକ ଓ ଶିକ୍ଷକ ମାନେ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କ ପ୍ରତି କିପରି ଆଭିମୁଖ୍ୟ ରଖିବା ଦରକାର ସେନେଇ ମଧ୍ୟ ଟିପ୍‌ସ୍‌ ଦେବେ।

ଏଥିପାଇଁ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍‌ରେ ସିଧାସଳଖ ମୋଦିଙ୍କ ସହ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଆଲୋଚନା କରିବେ।

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି କରାଯାଇଛି।  ସେପଟେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ପରୀକ୍ଷା ପୂର୍ବରୁ ଚାପକୁ କିଭଳି ନିୟନ୍ତ୍ରଣ କରିବେ ସେନେଇ ମୋଦିଙ୍କ ଟିପ୍‌ସ୍‌ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି।

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ରାଜ୍ୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମାନେ ମନୋନୀତ ହୋଇଛନ୍ତି। ଯେଉଁମାନେ କି ସେମାନେ ପ୍ରଧାନମନ୍ତ୍ରଙ୍କ ସହ ସିଧାସଳଖ କଥାହେବେ।

You might also like