ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ ତମ ଜନ୍ମଦିନ। ନିଜର ନିର୍ବାଚନମଣ୍ଡଳୀ ବାରାଣସୀରେ ସେ ଜନ୍ମଦିନ ପାଳନ କରିବେ। ଏଥିପାଇଁ ବାରାଣସୀରେ ପ୍ରସ୍ତୁତି ଚାଲିଛି। ସେଠାରେ ପ୍ରଧାନମନ୍ତ୍ରୀ ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ସମେତ ଅନ୍ୟ ଦଳର ନେତା, ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସୋଶାଲ୍ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ସାଧାରଣ ଲୋକେ ଯେପରି ମୋଦିଙ୍କୁ ସିଧାସଳଖ ଶୁଭେଚ୍ଛା ଜଣାଇପାରିବେ, ସେଥିପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି।

ଆପଣ  www.narendramodi.in ପେଜ୍‌କୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇପାରିବେ। ଏଥିପାଇଁ ଆପଣଙ୍କୁ ଫେସ୍‌ବୁକ୍ କିମ୍ବା ଟ୍ୱିଟର ଜରିଆରେ ଲଗ୍‌ଇନ୍ କରିବାକୁ ପଡ଼ିବ ଓ ତା’ପରେ ଆପଣ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଜନ୍ମଦିନର ଶୁଭେଚ୍ଛା ଜଣାଇପାରିବେ। ଆପଣଙ୍କ ଶୁଭେଚ୍ଛା ବାର୍ତ୍ତା ପେଜ୍‌ରେ ଦୃଶ୍ୟମାନ ହେବ।

 

You might also like