ଆଜି ସନ୍ଧ୍ୟା ୮ରେ ପୁଣି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ସ୍ଥିତି ଓ ଏହାର ମୁକାବିଲା ନେଇ ଆଜି ସନ୍ଧ୍ୟା ୮ଟା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପ୍ରଧାମନମନ୍ତ୍ରୀ ମୋଦି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ୍ ମିଡିଆ ମାଧ୍ୟମରେ ନିୟମିତ ସଚେତନତା ଜାରି ରଖିଛନ୍ତି। କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ଭୟଭୀତ ନ ହେବାକ ମଧ୍ୟ  ବାରମ୍ବାର ନିବେଦନ କରୁଛନ୍ତି। ଏଥିସହିତ ଦେଶରେ ଜାରି ହୋଇଥିବା ଲକ୍‌ ଡାଉନ୍‌ ନିର୍ଦ୍ଦେଶକୁ ଗୁରୁତର ସହିତ ପାଳନ କରିବା ପାଇଁ ଲୋକଙ୍କୁ କହିଛନ୍ତି।  ଲୋକ ଯେମିତି ଗୋଟିଏ ସ୍ଥାନରେ ଏକଜୁଟ୍‌ ନହୁଅନ୍ତି ସେ ନେଇ ସୁନିଶ୍ଚିତ ହେବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି ପ୍ରଧାମନ୍ତ୍ରୀ।

ଏହାପୂର୍ବରୁ ୧୯ ମାର୍ଚ୍ଚ ରବିବାର ମୋଦି ଦେଶର ଜନାତ କର୍ଫ୍ୟୁ ଘୋଷଣା କରିଥିଲେ। ସାରା ଦେଶରେ ଏହାକୁ ସ୍ୱଇଚ୍ଛାରେ ପାଳନ କରାଯାଇଥିଲା। ଏହାପରେ ସୋସିଆଲ୍‌ ମିଡିଆରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୋଦି। କରୋନା ବିରୋଧରେ ଛୋଟିଆ ଯୁଦ୍ଧ ଆରମ୍ଭ ହୋଇଗଲା ବୋଲ କହିଥିଲେ।
ତେବେ ବର୍ତ୍ତମାନ ଦେଶରେ କୋରନା ସ୍ଥିତି ଜଟିଳ ହେବାରେ ଲାଗିଛି। ଆଜି ସୁଦ୍ଧା ଦେଶରେ ୫୦୦ ଜଣ ସଂକ୍ରମିତ ହେଲେଣି। ଏଥିରେ ୯ ଜଣଙ୍କର ଜୀବନ ଯାଇଛି।

You might also like