‘ମନ୍‌ କି ବାତ୍‌’ରେ ଯୁବ ଭୋଟର୍‌ଙ୍କୁ ଉତ୍ସାହିତ କଲେ ମୋଦି

ନୂଆଦିଲ୍ଲୀ: ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌ରେ’ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ମନ୍ କି ବାତ୍’ର ୫୨ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି କର୍ଣ୍ଣାଟକର ସିଦ୍ଧଗଙ୍ଗା ମଠର ସନ୍ଥ ଶୀବକୁମାର ସ୍ୱାମୀଙ୍କ ସ୍ମୃତିଚାରଣ କରିଛନ୍ତି।

ଏହାସହ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଯୁବା ଭୋଟରଙ୍କୁ ଉତ୍ସାହିତ କରି କହିଛନ୍ତି, ଏକବିଂଶ ଶତାଦ୍ଧୀରେ ଜନ୍ମଲାଭ କରିଥିବା ଶିଶୁ ୨୦୧୯ରେ ସାବାଳକ ଭାବେ ନିଜର ପ୍ରଥମ ମତାଧିକାର ସାବ୍ୟସ୍ତ କରିବେ।

ଏଥିସହିତ ଭିନ୍ନ ଧରଣରେ ସେ ସ୍ୱଚ୍ଛ ଭାରତର ସଫଳତା କଥା ବଖାଣିଛନ୍ତି। ମୋଦି କହିଛନ୍ତି, ବିୟୁଟି କଣ୍ଟେଷ୍ଟ କଥା ସମସ୍ତେ ଶୁଣିଥିଲେ କିନ୍ତୁ କେହି କେବେ ଟଏଲେଟ୍ ଚମକାଇବା କଣ୍ଟେଷ୍ଟ ସମ୍ପର୍କରେ ଜାଣିନଥିଲେ।

୨ ଅକ୍ଟୋବର ୨୦୧୪ରେ ଦେଶକୁ ସ୍ୱଚ୍ଛ କରିବା ପାଇଁ ଖୋଲା ଶୌଚ ମୁକ୍ତ ଭାରତ ବନାଇବା ପାଇଁ ସଂକଳ୍ପ ନେଇଥିଲୁ। ୨ ଅକ୍ଟୋବର ୨୦୧୯ରେ ପୂରା ଦେଶ ଖୋଲା ଶୌଚ ମୁକ୍ତ ଦେଶ ଭାବେ ପରିଣତ ହେବାକୁ ଅଗ୍ରସର ହେଉଛି।

‘ମନ୍‌ କି ବାତ୍‌’ରେ ପିଏମ୍ ମୋଦି ଦେଶର ମହାକାଶ ମିଶନ କ୍ଷେତ୍ରରେ ଏନ୍‌ଡିଏ ସରକାରଙ୍କ ଉପଲବ୍ଧି କଥା ବଖାଣିବା ସହିତ କାର୍ଯ୍ୟକ୍ରମରେ ପିଏମ୍ ମୋଦି ମହାନ ସ୍ୱାଧିନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ବଳିଦାନକୁ ମନେପକାଇଥିଲେ।

You might also like