୨୭ରେ ଜାତିସଂଘ ସାଧାରଣ ପରିଷଦ ବୈଠକ: ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍

ନୂଆଦିଲ୍ଲୀ: ଆସନ୍ତା ସେପ୍ଚେମ୍ୱର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେବେ। ୟୁଏନଜିଏର ଅଧିକାରୀ ଏହି ସୂଚନା ଦେଇଛନ୍ତି। ୧୧୨ଟି ଦେଶ ଏହି ବୈଠକରେ ଯୋଗ ଦେବେ ଏ ନେଇ ୟୁଏନଜିଏ ତାଲିକା ପ୍ରକାଶ କରିଛି। ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନଜିଏରେ ଦ୍ୱିପାକ୍ଷିକ ଓ ତ୍ରିପାକ୍ଷିକ ଚୁକ୍ତି ବାବଦରେ ଭାରତର ଏଜେଣ୍ଡା ରଖିବେ ବୋଲି ସୂଚନା ରହିଛି। ଏଥିସହ ୨୭ ତାରିଖ ସକାଳେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦିଙ୍କର ଜାତିସଂଘ ସାଧାରଣ ପରିଷଦରେ ଏହା ପ୍ରଥମ ବୈଠକ ହେବ। ଏହା ପୂର୍ବରୁ ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଏହି ବୈଠକରେ ଉଦବୋଧନ ଦେଇଥିଲେ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମଞ୍ଚରେ ମୋଦି କଶ୍ମୀର ପ୍ରସଙ୍ଗରେ କିଛି କହିବେ ନାହିଁ ବୋଲି ଜଣାପଡ଼ିଥିବା ବେଳେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ନାଁ ନେଇ କଡ଼ା ସମାଲୋଚନା କରିପାରନ୍ତି।

ଆମେରିକାର ନ୍ୟୁୟର୍କରେ ଆୟୋଜିତ ଏହି ବୈଠକ ୨୪ ସେପ୍ଚେମ୍ୱରରୁ ଆରମ୍ଭ ହୋଇ ୩୦ ସେପ୍ଚେମ୍ୱର ଯାଏ ଚାଲିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଚେମ୍ୱର ୨୪ ତାରିଖରେ ଉଦବୋଧନ ଦେବେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବାବଦରେ ଏହି ମଞ୍ଚ ଜରିଆରେ ଅନ୍ୟ ରାଷ୍ଟ୍ର ସାମ୍ନାରେ ନିଜର ମତ ରଖିବେ ବୋଲି ସୂଚନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ବିଲ୍‌ ଏବଂ ମେଲିଣ୍ଡା ଗେଟସ ଫାଉଣ୍ଡେସନ ଦ୍ୱାରା ‘ଗ୍ଲୋବାଲ୍ ଗୋଲକିପର ଆଓ୍ୱାର୍ଡ’ରେ ସମ୍ବର୍ଦ୍ଧିତ ହେବେ।୨୦୧୪ରେ ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିବାରୁ ଏହି ସମ୍ମାନରେ ସମ୍ମାନୀତ ହେବେ।

ଆହୁରି ପଢ଼ନ୍ତୁ

ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ୭ ଲକ୍ଷ

ଆସୁଛି ୫ଜି ନେଟୱାର୍କ, ଚୀନ ବଦଳରେ ଆମେରିକା ସହ ହାତ ମିଳାଇଛି ଭାରତ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

You might also like