କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସରେ କରୋନା ଟିକା କୋଭାକ୍ସିନ୍‌ର ପ୍ରଥମ ଡୋଜ୍ ନେଇଛନ୍ତି। ପୁଡୁଚେରୀର ସିଷ୍ଟର ପି. ନିଭେଦା ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଛନ୍ତି। ଟିକା ନେବା ବେଳର ଏକ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି, ଏମ୍ସରେ କୋଭିଡ୍ ୧୯ ଟିକାର ପ୍ରଥମ ଡୋଜ୍ ଗ୍ରହଣ କଲି। ମହାମାରୀ କରୋନା ବିରୋଧ ଲଢ଼େଇରେ ଭାରତର ଡାକ୍ତର ଓ ବୈଜ୍ଞାନିକ ଖୁବ୍ କମ ସମୟ ମଧ୍ୟରେ ଯେଉଁ ଯୋଗଦାନ ଦେଇଛନ୍ତି ତାହା ଉଲ୍ଲେଖନୀୟ।

ଏହାସହ ଯେଉଁମାନେ ଟିକା ଗ୍ରହଣ ପାଇଁ ଯୋଗ୍ୟ ସେମାନେ ଆଗକୁ ଆସି ଟିକା ନେବା ସହ ଦେଶକୁ କୋଭିଡ-୧୯ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

You might also like