ଆମ ସୈନିକ, ଆମର ଗର୍ବ-ମୋଦି

ଶ୍ରୀନଗର: ଦୀପାବଳିରେ ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରାଜସ୍ଥାନର ଜୈସଲମେର ଲୋଙ୍ଗୋୱାଲା ପୋଷ୍ଟ ଯାଇ ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ଭେଟିଥିଲେ।  ସାରା ଦେଶ ଯବାନମାନଙ୍କ ସହ ରହିଛି । ବୀର ଯବାନମାନଙ୍କ ବଳିଦାନ ଯୋଗୁଁ ଦେଶ ସୁରକ୍ଷିତ ରହିଛି। କଠିନ ପରିସ୍ଥିତିରେ ଦେଶକୁ ଯବାନମାନେ ସୁରକ୍ଷା ଦେଉଛନ୍ତି॥

କେତେବେଳେ ୫୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ କାର୍ଯ୍ୟ କରୁଛନ୍ତି ତ ଆଉ କେତେବେଳେ ପାରଦ ଶୂନ ତଳେ ରହୁଛି । କିନ୍ତୁ ସବୁ ପରିସ୍ଥିତିରେ ସେମାନେ ଦେଶ ପାଇଁ କର୍ତ୍ତବ୍ୟର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଆମ ସୈନିକ ମାନଙ୍କ ଦକ୍ଷତାକୁ ନେଇ ଆମେ ଗର୍ବ କରୁଛୁ ।

ଏଥିସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଭାରତର ନୀତି ସ୍ପଷ୍ଟ। ଏହାକୁ ସମସ୍ତେ ବୁଝିବା ଦରକାର । ଏହି ଅବସରରେ ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ।

You might also like