ସାଢ଼େ ୮ କୋଟି ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଗଲା ୧୭ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶରେ କୃଷି ଭିତ୍ତିଭୂମି ସଜାଡ଼ିବାକୁ ପ୍ରୟାସ। ଆଜି ୧ ଲକ୍ଷ କୋଟି ଟଙ୍କାର Agriculture Infrastructure Fund ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଦ୍ୱାରା ଦେଶରେ କୃଷି ଭିତ୍ତିଭୂମିର ବିକାଶ ସହ ଦେଶର ଗ୍ରାମୀଣ ଅର୍ଥବ୍ୟବସ୍ଥାର ଚିତ୍ର ବଦଳିବ ବୋଲି ଜଣାପଡ଼ିଛି। ଏହାସହ କରୋନା ମହାମାରୀ ବେଳେ ଏହି ଯୋଜନା ଦ୍ୱାରା କୃଷକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଫଣ୍ଡ୍‌ର ଘୋଷଣା ସହ ପିଏମ୍- କିଷାନ ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପିଏମ୍ କିଷାନ ଯୋଜନାରେ ଷଷ୍ଠ ପର୍ଯ୍ୟାୟ କିସ୍ତି ଟଙ୍କା ରିଲିଜ୍ କରାଯାଇଛି। ଦେଶର ସାଢ଼େ ୮ କୋଟି ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ସିଧାସଳଖ ୧୭ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି।

କୃଷି ସହ ଜଡ଼ିତ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ଦେଉଛନ୍ତି କେନ୍ଦ୍ର ସରକାର। ଦେଶରେ ସବୁଠୁ ଅଧିକ ସଂଖ୍ୟ କ୍ଷୁଦ୍ର ଚାଷୀ ଅଛନ୍ତି। ତେଣୁ କ୍ଷୁଦ୍ର ଚାଷୀଙ୍କ ଉନ୍ନତି ପାଇଁ ସରକାର ନିରନ୍ତର ପ୍ରୟାସ କରି ଆସୁଛନ୍ତି।

ମହାରାଷ୍ଟ୍ର ଓ ବିହାର ମଧ୍ୟରେ ଦେଶର ପ୍ରଥମ କିଷାନ ଟ୍ରେନ୍ ଚଳାଚଳ କରୁଛି। ଏହି ଟ୍ରେନ୍‌ ଚାଷୀ ଓ ଛୋଟ ବ୍ୟବସାୟୀଙ୍କ କୃଷି ଉତ୍ପାଦନ ପରିବହନର ଆବଶ୍ୟକତା ପୂରଣ କରିବା ସହ ଲୋକଙ୍କୁ ତାଜା କୃଷି ଉତ୍ପାଦିତ ସାମଗ୍ରୀ ଯୋଗାଇବା ତଥା ଚାଷୀଙ୍କୁ ଭଲ ଅର୍ଥ ରୋଜଗାର ଯୋଗାଇ ଦେବା ଏହାର ଲକ୍ଷ୍ୟ। କିଷାନ ଟ୍ରେନ୍ ଦ୍ୱାରା ଚାଷୀ ସହଜରେ ନିଜ ସାମଗ୍ରୀ ସହରକୁ ପରିବହନ କରି ଭଲ ଅର୍ଥ ରୋଜଗାର କରିପାରିବେ। ଗାଁରୁ କୃଷି ଉତ୍ପାଦିତ ସାମଗ୍ରୀ ସହରକୁ ଯିବାରେ ଆଉ ସହରରୁ ଅନ୍ୟ ଉତ୍ପାଦ ସବୁ ଗାଁକୁ ଆସିବ। ଏହାଦ୍ୱାରା ହିଁ ଆତ୍ମ ନିର୍ଭର ଭାରତ ଅଭିଯାନ ସଫଳ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ଆହୁରି ପଢ଼ନ୍ତୁ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

You might also like