ନିରବତାର ସୁନ୍ଦର ଦୃଶ୍ୟକୁ ଦେଖି ମୋଦି କହିଲେ…

ନୂଆଦିଲ୍ଲୀ: ଜନତା କର୍ଫ୍ୟୁକୁ ଜନସାଧାରଣଙ୍କ ଅଦ୍ଭୁତପୂର୍ବ ସମର୍ଥନ। ଗାଁ ଠୁ ସହର ସବୁଠି ଖାଁ ଖାଁ। ଦେଶର ପରିବେଶ ଯେପରି ଶାନ୍ତ ହୋଇଯାଇଛି। ଏପରିକି ନିରବତା ଭିତରେ କେବଳ ଶୁଭୁଛି ପଶୁ, ପକ୍ଷୀ ଓ ପ୍ରକୃତିର ସ୍ୱର। ଜନତା କର୍ଫ୍ୟୁକୁ ନେଇ ଦେଶର ଭିନ୍ନ ଭିନ୍ନ ଲୋକେ ନିଜର ମତ ବ୍ୟକ୍ତ କରିଛନ୍ତି। ଯାହାର ଜବାବ ରଖିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି।


ମହାରାଷ୍ଟ୍ର ପୁଣେରେ ଜନତା କର୍ଫ୍ୟୁ ପରେ ଶାନ୍ତ ହୋଇପଡ଼ିଛି ପୁରା ପରିବେଶ। ଯେତେବେଳେ ରାସ୍ତା ଘାଟରେ କେହି ନଥିବାବେଳେ କୋଇଲି ଓ ପକ୍ଷୀଙ୍କ ଶବ୍ଦ ଶୁଣାଯାଉଛି ସେହି ସମୟର ଭିଡିଓକୁ ପୁଣେର ଜଣେ ବ୍ୟକ୍ତି ଟ୍ୱିଟ୍ କରିଛନ୍ତି। ଯାହାର ଜବାବ ରଖି ରିଟ୍ୱିଟ୍ କରିଛନ୍ତି ମୋଦି।

ସେହିଭଳି ବେଙ୍ଗାଲୁରୁର ଜଣେ ଯୁବତୀ ଫାଙ୍କା ଥିବା ମରାଠାହାଲୀ ବ୍ରିଜର ଫଟୋ ଟ୍ୱିଟ୍ କରିଛନ୍ତି। ଯାହାକୁ ରିଟ୍ୱିଟ୍ କରି ମତ ରଖିଛନ୍ତି ମୋଦି। ରାସ୍ତା ଖାଲି ପଡ଼ିଛି କିନ୍ତୁ ଏହା କରୋନା ସହ ଲଢ଼ିବାର ଏକ ପ୍ରୟାସ ବୋଲି ମୋଦି ଟ୍ୱିଟରେ କହିଛନ୍ତି। ଆଜି ଦେଖିବାକୁ ମିଳିଛି ଆଉ ଏକ କୌତୁହଳପୂର୍ଣ୍ଣ ଫଟୋ। ଯେଉଁଥିରେ ଜଣେ ଶିଶୁ ଏକ ପ୍ଲାଷ୍ଟିକ୍ ଝୁଡ଼ିରେ ବସି ରହିଛନ୍ତି।

କରୋନାରୁ ବର୍ତ୍ତିବା ପାଇଁ ନିଜେ ଆଇସୋଲେସନରେ ରହିଥିବା ଟ୍ୱିଟର୍ ୟୁଜର୍ ଲେଖିଛନ୍ତି। ଯାହାକୁ ପ୍ରଂଶସା କରିଛନ୍ତି ମୋଦି।


ସେହିଭଳି ମୁମ୍ବାଇ ବାନ୍ଦ୍ରା ସି ଲିଙ୍କରେ ଆଜି ଗୋଟିଏ ବି ଗାଡ଼ି ଦେଖାଯାଇନି। ଏହି ସମୟର ଭିଡିଓ ଟ୍ୱିଟ୍ କରିଛନ୍ତି କ୍ରିକେଟ୍ କମେଣ୍ଟେଟର୍ ମାଇକ୍ ହେସନ୍, ଯାହାକୁ ରିଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିରୁ କରୋନା ମୁକାବିଲା ପାଇଁ ଲୋକଙ୍କ ସଚେତନତା ଜଣାପଡ଼ୁଥିବା ମୋଦି କହିଛନ୍ତି।


ରାଜଧାନୀ ଦିଲ୍ଲୀ ବି ଆଜି ଜନଶୂନ୍ୟ ହୋଇପଡ଼ିଛି। ତେବେ CANNUGHT PLACEର ଶୂନଶାନ ରାସ୍ତାର ଭିଡିଓକୁ ରିଟ୍ୱିଟ୍ କରିବା ସହ ଲୋକେ ଏକଜୁଟ୍ ହୋଇ କରୋନାର ମୁକାବିଲା କରିବାକୁ ନିଶ୍ଚିତ କରିଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ।

 

You might also like