ବଦଳିଲା ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜର ୩ ଦ୍ୱୀପର ନାମ

ପୋର୍ଟ ବ୍ଲେୟାର: ବଦଳିଲା ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜର ୩ଟି ଦ୍ୱୀପର ନାଁ। ଆଣ୍ଡାମାନ୍‌ ଓ ନିକୋବର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ୩ଟି ଦ୍ୱୀପର ନାଁ ବଦଳାଇ ନୂଆ ନାମକରଣ କରିଛନ୍ତି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ତ୍ରିରଙ୍ଗା ଉତ୍ତୋଳନ କରିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ୩ଟି ଦ୍ୱୀପର ନୂତନ ନାମ ଦିଆଯାଇଛି।।

ଏଠାରେ ଥିବା ରସ୍‌ ଆଇଲ୍ୟାଣ୍ଡର ନାମ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ’, ନୀଲ୍‌ ଆଇଲ୍ୟାଣ୍ଡ ‘ସହିଦ ଦ୍ୱୀପ’ ଏବଂ ହେଭଲକ୍‌ ଆଇଲ୍ୟାଣ୍ଡ ‘ସ୍ୱରାଜ ଦ୍ୱୀପ’ ନାମରେ ନାମିତ ହୋଇଛି।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକ ସ୍ମାରକୀ ଷ୍ଟାମ୍ପ ଏବଂ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଥିଲେ। ଏଠାରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

You might also like