ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମ ବାର୍ଷିକୀ ପୂର୍ବରୁ ତାଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଛନ୍ତି।

ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଥିବାବେଳେ ଆରପଟେ ବାଜପେୟୀଙ୍କ ଫଟୋ ରହିଛି। ଏହି ଅବସରରେ ମୋଦି କହିଛନ୍ତି, ଅଟଳ ବିହାରୀ ବାଜପେୟୀ ଯେ ଆଉ ଇହ ଜଗତରେ ନାହାନ୍ତି ସେ କଥା ବର୍ତ୍ତମାନ ଯାଏ ତାଙ୍କ ମନ ଭିତରକୁ ଆସୁନାହିଁ।

ଦେଶର ପ୍ରତିଟି ବ୍ୟକ୍ତିଙ୍କ ହୃଦୟରେ ଜନନାୟକ ବାଜପେୟୀ ଆଜି ବି ରହିଛନ୍ତି। ଜଣେ ବକ୍ତା ଭାବେ ତାଙ୍କର ତୁଳନା ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡ୍‌ଭାନି ଯୋଗ ଦେଇଥିଲେ।

 

You might also like