“ହରେକୃଷ୍ଣ ମହତାବଙ୍କ ପରି ବ୍ୟକ୍ତିତ୍ୱ ବିରଳ “

ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ଓଡ଼ିଶା ଇତିହାସ

  • ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
  • ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ଓଡ଼ିଶା ଇତିହାସ
  • ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ଉପସ୍ଥିତ
  • ଓଡ଼ିଶାର ବିବିଧତାଭରା ଇତିହାସ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ବୋଲି କହିଲେ ମୋଦି
  • ପୁସ୍ତକର ହିନ୍ଦୀ ଅନୁବାଦ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚିବା ସହଜ ହେବ
  • ହରେକୃଷ୍ଣ ମହତାବଙ୍କ ପରି ବ୍ୟକ୍ତିତ୍ୱ ବିରଳ ବୋଲି କହିଲେ ମୋଦି
  • ସାମାଜିକ ଭେଦଭାବ ବିରୋଧରେ ଲଢ଼େଇ କରିଥିଲେ ହରେକୃଷ୍ଣ
  • ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେ ବହୁତ ବଡ଼ ବଡ଼ ନିଷ୍ପତ୍ତି ନେଇଥିଲେ ବୋଲି ମୋଦି କହିଛନ୍ତି

ନୂଆଦିଲ୍ଲୀ: ପୁସ୍ତକ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡ.ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଇଣ୍ଟରନାସନାଲ ସେଣ୍ଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ବହିର ଅନାବରଣ କରାଯାଇଛି। ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଓଡ଼ିଶାର ବିବିଧତାଭରା ଇତିହାସ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ପୁସ୍ତକର ହିନ୍ଦୀ ଅନୁବାଦ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚିବା ସହଜ ହେବ। ଏହି ଅବସରରେ ହରେକୃଷ୍ଣ ମହତାବଙ୍କ ପରି ବ୍ୟକ୍ତିତ୍ୱ ବିରଳ ବୋଲି କହିବା ସହ ଓଡ଼ିଶା ଇତିହାସରୁ ଆମକୁ ପୂରା ଭାରତର ସାମର୍ଥ୍ୟ ଦେଖିବାକୁ ମିଳେ ବୋଲି କହିଛନ୍ତି ମୋଦି।

ହରେକୃଷ୍ଣ ମହତାବଙ୍କୁ ସେ ଭେଟିବାକୁ ଯାଇଥିବା କହିଲେ ମୋଦି
ଓଡ଼ିଶା ଇତିହାସରୁ ଆମକୁ ପୂରା ଭାରତର ସାମର୍ଥ୍ୟ ଦେଖିବାକୁ ମିଳେ
ଓଡ଼ିଶାର କୋଣାର୍କ ମନ୍ଦିରରେ ଜିରାଫର ଚିତ୍ର ଖୋଦେଇ ହୋଇ ରହିଛି
ଏହାର ଅର୍ଥ ସେତେବେଳେ ଓଡ଼ିଶାର ବ୍ୟବସାୟୀ ଆଫ୍ରିକା ବି ଯାଇଥିଲେ
କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ କଥା ବି କହିଲେ ପ୍ରଧାନମନ୍ତ୍ରୀ ମୋଦି

ଏହାସହ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାର ପ୍ରଗତି ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ବିପୁଳ ଅବଦାନ ନିମନ୍ତେ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ସ୍ମରଣୀୟ। ଓଡ଼ିଶାର ସଂସ୍କୃତି ପ୍ରତି ସେ ଥିଲେ ଖୁବ୍‌ ଅନୁରକ୍ତ। ଇତିହାସ କେବଳ ଅତୀତର କଥା ନୁହେଁ, ଭବିଷ୍ୟତର ଦର୍ପଣ ମଧ୍ୟ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମହତାବ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ। କ୍ଷମତାସୀନ ଥାଇ ସୁଦ୍ଧା ସେ ନିଜକୁ ଜଣେ ସ୍ୱାଧୀନତା ସଂଗ୍ରାମୀ ବୋଲି ବିଚାରୁଥିଲେ ଏବଂ ଜୀବନବ୍ୟାପୀ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ହିଁ ଥିଲେ ବୋଲି ମୋଦି ନିଜ ଅଭିଭାଷଣରେ କହିଛନ୍ତି।

You might also like