ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: କାଶ୍ମୀରରେ ବିଜେପି କର୍ମୀଙ୍କୁ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି।  ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ତିନି ଜଣ କର୍ମୀ କାଶ୍ମୀର ଉପତ୍ୟକାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କଠିନ ସମୟରେ ମୃତକଙ୍କ ପରିବାର ସହ ସେ ଛିଡ଼ା ହୋଇଥିବା ଟ୍ୱିଟ୍ କରି କହିଛନ୍ତି।

ଆଜି ଶ୍ରୀନଗର, ଜମ୍ମୁ ସମେତ ଅନ୍ୟ ଅଞ୍ଚଳରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆତଙ୍କବାଦୀ ମାନେ କିଭଳି ଏହି ବର୍ବରକାଣ୍ଡ ଭିଆଇଲେ ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାସହ ଜମ୍ମୁକଶ୍ମୀର ପୋଲିସ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି।

ଅପରପକ୍ଷେ ୟାଇକେପୁରା ଅଞ୍ଚଳରେ ତିନି ଜଣ କର୍ମୀଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତିନି ଜଣଙ୍କ ମୃତଦେହକୁ ଧରି ଘଣ୍ଟା ଘଣ୍ଟା ଧରି ପରିବାରଲୋକେ ରାସ୍ତା ଉପରେ ରଖି ବସି ରହିଥିଲେ। ସେପଟେ ଘଟଣାକୁ ନେଇ କାଶ୍ମୀର ଆଇଜି ବିଜୟ କୁମାର ପ୍ରତିକ୍ରିୟା ଦେଇଛନ୍ତି। ଯେଉଁ ବିଜେପି ନେତାଙ୍କ ଜୀବନ ପ୍ରତି ବିପଦ ଥିଲା ସେମାନଙ୍କୁ ହୋଟେଲରେ ଆଣି ରଖାଯାଇଥିଲା।  ହେଲେ ସେମାନେ ସ୍ୱଇଚ୍ଛାରେ ବାହାରିକି କୁଲଗାମ୍ ଆସିଥିଲେ। କେଉଁକାରଣ ପାଇଁ ଆସିଲେ ସେ ନେଇ ତଦନ୍ତ ହେଉଛି।

ସୂଚନାଥାଉ କି, ଗତକାଲି ଜମ୍ମୁ ଓ କାଶ୍ମୀର କୁଲଗାମ୍‌ର ୱାଇକେପୁରା ଅଞ୍ଚଳରେ ବିଜେପି ନେତା ଫିଦା ହୁସେନ୍ ଲୁଟୋ, ଉମେର ରସିଦ୍, ଉମେର ହନନ୍ ଛିଡ଼ା ହୋଇଥିବା ବେଳେ କିଛି ଆତଙ୍କବାଦୀ ଆଖିବୁଜା ଗୁଳି ଚଲାଇ ଫେରାର ହୋଇଯାଇଥିଲେ। ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲେ ବି ଏପର୍ଯ୍ୟନ୍ତ ଘଟଣା ପଛରେ କେଉଁ ସଂଗଠନ ସଂପୃକ୍ତ ସେ ସମ୍ପର୍କରେ ଜଣାପଡ଼ିନି।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like