ଏଥର ‘ମନ୍‌ କି ବାତ୍’‌ରେ ଖେଳନା ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ: ମନ୍‌ କି ବାତ୍‌ ର ୬୮ ତମ ସଂସ୍କରଣରେ ଆଜି ପୁଣିଥରେ ଆତ୍ମନିର୍ଭର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଖେଳଣା ସାମଗ୍ରୀ ଉତ୍ପାଦନ ବୃଦ୍ଧି ଉପରେ ଜୋର୍ ଦେଇଛନ୍ତି ମୋଦି। ଏଥିପାଇଁ ଦେଶର ଯୁବ ଉଦ୍ୟୋଗୀଙ୍କୁ ଭାରତ ପାଇଁ କମ୍ପ୍ୟୁଟର ଗେମ୍ସ ଉତ୍ପାଦନ କରିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ତା ସହିତ ‘ଆପ୍‌ ଇନୋଭେସନ ଚ୍ୟାଲେଞ୍ଜରେ’ ସାମିଲ୍ ହୋଇଥିବା ବିଭିନ୍ନ ଭାରତୀୟ ଆପ୍‌କୁ ପ୍ରଶଂସା କରିଛନ୍ତି ପିଏମ୍। ଏହା ଆତ୍ମନିର୍ଭର ଭାରତ ପାଇଁ ଏକ ଭଲ ସୂଚନା ବୋଲି ମୋଦି କହିଛନ୍ତି।

ମନ୍‌ କି ବାତ୍‌ରେ ମୋଦି କହିଛନ୍ତି ଯେ କରୋନା ସମୟରେ ଲୋକମାନେ ସେମାନଙ୍କର ଦାୟିତ୍ୱ ପାଳନ କରୁଛନ୍ତି। ପ୍ରତ୍ୟୋକ ଉତ୍ସବରେ ଲୋକେ ଅଭୂତପୂର୍ବ ସଂଯମତା ରକ୍ଷା କରୁଛନ୍ତି। ୫ ସେପ୍ଟେମ୍ବର ହେବାକୁ ଥିବା ଗୁରୁଦିବସ ବି ଶିକ୍ଷକମାନଙ୍କ ପାଇଁ ଚ୍ୟାଲେଞ୍ଜ ରହିବ ଓ ଶିକ୍ଷକମାନେ ମଧ୍ୟ ଏହାକୁ ସ୍ୱିକାର କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ତେବେ ଖେଳନା କଥା କହି ଦେଶର ପ୍ରତ୍ୟେକ ବାପାମାଙ୍କ କ୍ଷମା ମାଗିଛନ୍ତି ମୋଦି। କାରଣ ହେଇପାରେ ମନ୍‌ କି ବାତ୍‌ ଶୁଣିବା ପରେ ପିଲାମାନଙ୍କଠାରୁ ନୂଆ ନୂଆ ଖେଳନା ଡିମାଣ୍ଡ ଶୁଣିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।

ଖେଳନା ବିଷୟରେ ମୋଦି କହିଛନ୍ତି ଯେ ଆମ ଦେଶରେ ସ୍ଥାନୀୟ ଖେଳନାର ବହୁତ ସମୃଦ୍ଧ ପରମ୍ପରା ରହିଛି। ଦେଶରେ ଅନେକ ପ୍ରତିଭାବାନ ଖେଳନା ନିର୍ମାତା ବି ଅଛନ୍ତି। ଭାରତରେ କେତେକ ସ୍ତାନ ଟଏ କ୍ଲଷ୍ଟର ଅର୍ଥାତ ଖେଳନା ତିଆରି କେନ୍ଦ୍ର ରୂପରେ ବିକଶିତ ହେଉଛି।

ସେହିପରି ଖେଳନା ଉତ୍ପାଦନ ବୃଦ୍ଧି ନେଇ ମୋଦି କହିଛନ୍ତି , ବିଭିନ୍ନ ମନ୍ତ୍ରାଳୟର ବିଚାରବିମର୍ଶ ଚାଲିଛି। ଖେଳନା ଉତ୍ପାଦନରେ ଭାରତ କିପରି ହବ୍ ହେବ ସେ ନେଇ ଯୋଜନା କରାଯାଉଛି। ନୂଆ ଶିକ୍ଷା ନୀତିରେ ଖେଳନା ତିଆରି ପାଠ୍ୟକ୍ରମ ସ୍ଥାନ ପାଇଛି। ବିଶ୍ୱରେ ଖେଳନା ଉଦ୍ୟୋଗ ୭ କୋଟି ଟଙ୍କାରୁ ଊର୍ଦ୍ଧ୍ୱ। କିନ୍ତୁ ଏତେବଡ଼ କାରବାରରେ ଭାରତର ଅଂଶ ଖୁବ୍‌ କମ। ଏ କ୍ଷେତ୍ରରେ ଭାରତକୁ ବି ଉଲ୍ଲେଖନୀୟ ପ୍ରଦର୍ଶନ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏବେ ସ୍ଥାନୀୟ ଖେଳନାକୁ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି କହିଛନ୍ତି ପିଏମ୍।

ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କୃଷି ଓ କୃଷକ କଥା ବି କହିଛନ୍ତି ପ୍ରଧାନମନ୍ତ୍ରୀ। ଗତ ବର୍ଷ ତୁଳନାରେ ଏଥର ଅଧିକ ଖରିଫ ଫସଲ ଚାଷ ହୋଇଥିବା ନେଇ କୃଷ ଭାଇମାନଙ୍କୁ ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ।

 

ଆହୁରି ପଢ଼ନ୍ତୁ

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

You might also like