କରୋନା ମୁକାବିଲା: ଜରୁରୀକାଳୀନ ପାଣ୍ଠି ପାଇଁ ମୋଦିଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କୋଭିଡ୍-୧୯ ଜରୁରୀକାଳୀନ ଫଣ୍ଡ ବାବଦରେ ଘୋଷଣା କରିଛନ୍ତି। ଏଥିସହିତ ୧୦ ମିଲିଅନ୍‌ ଆମେରିକୀୟ ଡଲାର ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କରୋନା ମୁକାବିଲା ପାଇଁ ଏକାଠି ହେବେ ଏସୀୟ ରାଷ୍ଟ୍ର।

ମୋଦିଙ୍କ ପ୍ରସ୍ତାବରେ ଏକାଠି ହୋଇଛନ୍ତି ଏହି ରାଷ୍ଟ୍ର। ଆଜି ଭିଡିଓ କନ୍‌ଫରେନ୍ସିଂରେ ମୋଦି ଉଦ୍‌ବୋଧନ ଆରମ୍ଭ କରିଥିଲେ। ଏହି ଅବସରରେ ସେ ଭାରତ ନେଉଥିବା ପଦକ୍ଷେପ ବାବଦରେ ଆଲୋକପାତ କରିଛନ୍ତି।

ସେ କହିଛନ୍ତି, ଆମେ ଏକାଠି କରୋନାର ମୁକାବିଲା କରିପାରିବା, ଅଲଗା ଅଲଗା ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି, ଭାରତରୁ ଏକ ଡାକ୍ତରୀ ଟିମ୍‌ ଯେକୌଣସି ସାର୍କ ସହଯୋଗୀ ରାଷ୍ଟ୍ରଙ୍କ ଆବଶ୍ୟକତା ସ୍ଥଳେ ପହଞ୍ଚିବେ।

ମୋଦି କହିଛନ୍ତି, ଭାରତର ପଡ଼ୋଶୀ ରାଷ୍ଟ୍ରମାନେ ଇଣ୍ଟିଗ୍ରେଟେଡ୍‌ ଡିଜିଜ୍‌ ସର୍ଭେଲାନ୍ସ ପୋର୍ଟାଲ (ଆଇଡିଏସ୍‌ପି) ପାଇଁ ବିଚାର କରିପାରନ୍ତି। ଏଥିରେ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିବା ଏବଂ ନଜର ରଖିବାରେ ସହାୟକ ହେବ।

You might also like