ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଲକଡାଉନ ସମୟରେ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି ଦେଶର ସମସ୍ତ ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀ। ଏମାନେ ଭାରତରେ ଶକ୍ତି ଯୋଗାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବାରୁ ଏମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଗତକାଲି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଲପିଜି ଡେଲିଭରି କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ସହ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।

ଆଜି ପ୍ରଧାନମନ୍ତ୍ରୀ ପଟ୍ରୋଲିୟମ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ରି ଟ୍ୱିଟ୍ କରି ଏଲପିଜି ସିଲିଣ୍ଡର ଯୋଗାଉ ଥିବା କର୍ମଚାରୀମାନେ ୨୪ ଘଣ୍ଟା କାମ କରୁଥିବାରୁ ସେମାନଙ୍କ ଧନ୍ୟବାଦ ଜଣାଇଛନ୍ତି।

You might also like