ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ମୋଦିଙ୍କ ଏହା ପ୍ରଥମ ବିଦେଶ ଗସ୍ତ।

ତେଣୁ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱବହନ କରୁଛି। ମୁଖ୍ୟତଃ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପର୍ଯ୍ୟଟନ ସମେତ ସୀମା ସୁରକ୍ଷା ନେଇ ଆଲୋଚନା ହେବ। ଏହାସହ ଭାରତ  ଭୁଟାନ ମଧ୍ୟରେ ୧୦ଟି ଏମ୍ଓୟୁ ସ୍ୱାକ୍ଷର ହେବ। ସେହିପରି ୫ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି।

ଭୁଟାନ୍‌ର ଚୋରଟାନ୍ ୱାର୍ ମେମୋରିଆଲ୍ ସମେତ ବୌଦ୍ଧ ସ୍ମୃତି ସ୍ଥଳ ପରିଭମ୍ରଣ କରିବେ। ଭୁଟାନ ଭାରତ ପାଇଁ ବେଶ ଗୁରୁତ୍ୱବହନ କରୁଛି। କାରଣ ବିଗତ ଦିନରେ ଚୀନ ସହ ସୀମା ବିବାଦ, ଡୋକଲାମ୍ ପ୍ରସଙ୍ଗରେ ଭାରତକୁ ଅର୍ନ୍ତଜାତୀୟ ସ୍ତରରେ ଭୁଟାନ ଖୋଲା ସମର୍ଥନ ଜଣାଇଛି।

You might also like