ବିଦେଶ ଗସ୍ତରୁ ଫେରି ଜେଟଲୀଙ୍କ ପରିବାରକୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ ବେଳେ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱଦେଶ ଫେରିଛନ୍ତି। ସେ ଭାରତରେ ପହଞ୍ଚିବା କ୍ଷଣି ବନ୍ଧୁ ଜେଟଲୀଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୋଦି ଦିଲ୍ଲୀଠାରେ ଥିବା ଜେଟଲୀଙ୍କ ବାସଭବନରେ ପହଞ୍ଚିବା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସେଠାରେ ପହଞ୍ଚି ସାରିଥିଲେ। ମୋଦି ଓ ଶାହ ସେଠାରେ ଜେଟଲୀଙ୍କ ପତ୍ନୀ, ଝିଅ ଓ ପୁଅଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ଅଗଷ୍ଟ ୯ରୁ ଜେଟଲୀ ଅସୁସ୍ଥତା କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ମୋଦି ସେଠାକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ। ତେବେ ଜେଟଲୀ ଅଗଷ୍ଟ ୨୪ରେ ଶେଷ ନିଃଶ୍ୱାସ ତ୍ୟାଗ କରିବା ସମୟରେ ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିଲେ। ଗସ୍ତ ବାତିଲ କରି ସେ ସ୍ୱଦେଶ ଫେରି ବନ୍ଧୁ ଜେଟଲୀଙ୍କୁ ଦେଖିବକୁ ଚାହିଁଥିଲେ।

ହେଲେ ଜେଟଲୀଙ୍କ ପରିବାର ଲୋକେ ତାଙ୍କୁ ଏପରି ନ କରିବାକୁ ଅନୁରୋଧ କରିଥିଲେ। ମୋଦି ବାହାରିନ୍‌ରେ ଉଦ୍‌ବୋଧନ ଦେବା ବେଳେ ଜେଟଲୀଙ୍କୁ ମନେପକାଇ ଭାବବିହ୍ୱଳ ହୋଇଯାଇଥିଲେ।

ସେ କହିଥିଲେ, “ଆଜି ମୁଁ ମୋର ଜଣେ ବନ୍ଧୁଙ୍କୁ ହରାଇଛି। ସେ ସର୍ବଦା ମୋ ସହ ଚାଲୁଥିଲେ। ମୋ ଭିତରେ କେତେ କଷ୍ଟକୁ ମୁଁ ଚାପି ରଖିଛି, ସେକଥା କେହି ବି ବୁଝି ପାରିବେ ନାହିଁ।” ଏହାପରେ ସେ ଗତକାଲି ଫ୍ରାନ୍ସ ଠାରେ ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like