ଅର୍ଥନୀତିକୁ ବଳ ଦେବାକୁ ଦ୍ୱିତୀୟ ଆର୍ଥିକ ପ୍ୟାକେଜ୍‌ ଘୋଷଣା ହୋଇପାରେ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ଯୋଗୁ ଭୁଶୁଡ଼ି ପଡ଼ିଥିବା ଦେଶର ଅର୍ଥନୀତିକୁ ବଳ ଦେବାକୁ ଦ୍ୱିତୀୟ ଆର୍ଥିକ ପ୍ୟାକେଜ୍ ଘୋଷଣା କରିପାରନ୍ତି ଭାରତ ସରକାର।  ବିଶେଷ ସୂତ୍ରରୁ ମିଳିଥିବା ଆଜି ପ୍ରଧାନମନ୍ତ୍ରୀ ମରେନ୍ଦ୍ର ମୋଦିଙ୍କ ନେତ୍ୱତ୍ୱରେ ଏସମ୍ପର୍କିତ ଏକ ଗରୁତ୍ୱପୂର୍ଣ୍ଣ ବୌଠକ ବସିଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥବ୍ୟବସ୍ଥା ସହିତ ଜଡ଼ିତ ମନ୍ତ୍ରୀମାନେ ସାମିଲ୍ ଥିଲେ।  ଭାରତୀୟ ଅର୍ଥନୀତିକୁ ବଳ ଦେବାକୁ ଅର୍ଥମନ୍ତ୍ରାଳୟ ମଧ୍ୟ ଅନେକ ଯୋଜନା କରିଛି।

ଏଥିସହିତ ଶୁକ୍ରବାର ଅନ୍ୟମନ୍ତ୍ରୀମାନଙ୍କ ସହିତ ବି ବୈଠକ କରି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବେସାମରିକ ବିମାନ ଚଳାଚଳ, ଶ୍ରମ ଓ ଶକ୍ତି ମନ୍ତ୍ରୀଙ୍କ ସହିତ ବି ଆଲୋଚନା ହୋଇଛି। ବାଣିଜ୍ୟ, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ତେବେ ପୂର୍ବରୁ  କେନ୍ଦ୍ର ସରକାର ଗରିବ ଓ ଦିନ ମଜୁରିଆଙ୍କ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଖୁବଶୀଘ୍ର ଆଉ ୧ ଲକ୍ଷ କୋଟିର ପ୍ୟାକେଜ ଘୋଷଣା ହୋଇପାରେ। ଏଥିରେ ଏମଏସଏମଇ ଓ ଉଦ୍ୟୋଗୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତାର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି।

ସୂତ୍ର ଅନୁସାରେ, ଲକଡାଉନ ଯୋଗୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ କାମ ଅଭାବରୁ ହାତ ବାନ୍ଧି ବସିଛନ୍ତି। ସେମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ମୋଦି ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ୧ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିବାକୁ ସରକାର ବିଚାରବିମର୍ଶ ଆରମ୍ଭ କରିଛନ୍ତି।

ଏହି ଅର୍ଥକୁ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଖର୍ଚ୍ଚ କରାଯିବ ବୋଲି କୁହାଯାଉଛି। ନୂଆ ପ୍ୟାକେଜ ଘୋଷଣା ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ଦ୍ୱିତୀୟ ଆର୍ଥିକ ପ୍ୟାକେଜ ମୁଖ୍ୟତଃ ଏମଏସଏମଇଙ୍କ ଉପରେ ପର୍ଯ୍ୟବେସିତ ହେବ।

ଲକଡାଉନ ଯୋଗୁ ଏହି ଶିଳ୍ପ ସହ ଜଡ଼ିତ ଲୋକମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କୁ ସହଯୋଗ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି। ସେହିପରି ଏହି ପ୍ୟାକେଜର କିଛିଦିନ ପରେ ଲକଡାଉନ ଯୋଗୁ କ୍ଷତି ସହିଥିବା ବଡ଼ବଡ଼ କମ୍ପାନୀଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ଘୋଷଣା କରାଯିବ।”

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଉମା ଭାରତୀଙ୍କୁ କରୋନା

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like