ଏଲ୍‌ଓସିରେ ସେନାବାହିନୀଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ !

ଶ୍ରୀନଗର: ଏଥର ଏଲ୍‌ଓସିରେ କାର୍ଯ୍ୟରତ ସେନାବାହିନୀଙ୍କ ସହ ଦୀପାବଳି ପାଳିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକର ପର୍ବ ଦୀପାବଳିରେ କାଶ୍ମୀର ସୀମା ଯିବାର ଅଛି। ପୂର୍ବରୁ ମଧ୍ୟ ମୋଦି ଚାଇନା ଏବଂ ପାକିସ୍ତାନର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ମୋଦି ଦୀପାବଳି ପାଳନ କରିସାରିଛନ୍ତି।

ଗତବର୍ଷ ଉତ୍ତରାଖଣ୍ଡଠାରେ ଲାଗିଥିବା ସୀମାରେ ଦୀପାବଳି ଉତ୍ସବା ପାଳିଥିଲେ। ସେ ପ୍ରଥମ ଥର ୨୦୧୪ରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାପରେ ସିଆଚେନ୍‌ ଗ୍ଲେସିୟରରେ ଦୀପାବଳି ପାଳିଥିଲେ। ପ୍ରତିବର୍ଷ ତାଙ୍କ ଗସ୍ତକୁ ଗୋପନୀୟ ରଖାଯାଇଥାଏ। ତାଙ୍କ ଟ୍ୱିଟର ହ୍ୟାଣ୍ଡଲରରୁ ହିଁ ଏହି ଗସ୍ତ ବାବଦରେ ଜଣାପଡ଼ିଥାଏ। ମୋଦି ଏହି ପବିତ୍ର ଅବସରରେ ଘରଠାରୁ ଦୂରରେ ଥିବା ଯବାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ମିଠା ବାଣ୍ଟିଥା’ନ୍ତି।

You might also like