କରୋନା ସ୍ଥିତି ନେଇ ମୋଦି-ବାଇଡେନଙ୍କ ମଧ୍ୟରେ ‌ଆଲୋଚନା: ସହାୟତା ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ 

  • ”ଥ୍ୟାଙ୍କ ୟୁ ବାଇଡେନ୍’
  • ଭାରତରେ କରୋନା ସ୍ଥିତି ନେଇ ମୋଦି-ବାଇଡେନ୍ ଆଲୋଚନା
  • ଆଲୋଚନା ଫଳପ୍ରଦ ହୋଇଥିବା କହି ବାଇଡେନଙ୍କୁ ଧନ୍ୟବାଦ ଜଣାଇଲେ ମୋଦି
  • ଟିକା ସାମଗ୍ରୀ ଓ ମେଡିକାଲ ଉପକରଣ ଦେବାକୁ କାଲି କହିଥିଲା ଆମେରିକା
  • ଜର୍ମାନୀ, ଫ୍ରାନ୍ସ ଭଳି ୟୁରୋପୀୟ ଦେଶ ପରେ ସହାୟତାର ହାତ ବଢାଇଛି ଆମେରିକା

ନୂଆଦିଲ୍ଲୀ :  କରୋନାର ଦ୍ୱିତୀୟ ଲହରରେ ଭାରତ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବା ପରେ ସହୟତାର ପ୍ରତିଶ୍ରୁତି ଦେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି । ଭାରତରକୁ ଆବଶ୍ୟକୀୟ ସହାୟତା ଦେବା ନେଇ ଫୋନ୍ ଯୋଗେ ଆଲୋଚନା ହୋଇଛି । ଏହାପୂର୍ବରୁ ଭାରତରେ ଅଧିକରୁ ଅଧିକ କୋଭିସିଲ୍ଡ ଟିକା ଉତ୍ପାଦନ କରିବା ଲାଗି ଆମେରିକା ଆବଶ୍ୟକୀୟ କଞ୍ଚା ମାଲ୍ ଓ ଅନ୍ୟ ମେଡିକାଲ ଉପକରଣ ଯୋଗାଇଦେବ ବୋଲି ପୂର୍ବରୁ ଘୋଷଣା କରିଥିଲା ।

ଏନେଇ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିବାନ୍ ଓ ତାଙ୍କ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାସହ କରୋନା ଟେଷ୍ଟିଂ କିଟ୍, ଭେଣ୍ଟିଲେଟର ଓ ପିପିଇ କିଟ୍ ଯୋଗାଇ ଦେବା ସମ୍ପର୍କରେ ମଧ୍ୟ ଅଲୋଚନା ହୋଇଥିବା ହ୍ୱାଇଟ୍ ହାଉସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ତେବେ ଆଜିର ଆଲୋଚନା ବେଳେ ଦୁଇ ଦେଶର କୋଭିଡ୍ ସ୍ଥିତି ନେଇ ଦୁଇ ନେତା ଫଳପ୍ରଦ ଆଲୋଚନା କରିଥିବା ମୋଦି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ଭାରତରେ କୋଭିଡ୍ ସ୍ଥିତି ଦେଖି ଜର୍ମାନ, ଫ୍ରାନ୍ସ ଭଳି ୟୁରୋପୀୟ ଦେଶ ସହାୟତା କରିବାକୁ ଆଗେଇ ଆସିଥିବା ବେଳେ ଆମେରିକା ମଧ୍ୟ ସେମାନଙ୍କ ପଦାଙ୍କ ଅନୁସରଣ କରିଥିବା ଚର୍ଚ୍ଚା ହେଉଛି ।

 

ସେପଟେ କୋଭିଡ୍ ମୁକାବିଲା କ୍ଷେତ୍ରରେ ଆଉ ଏକ ବଡ଼ ନିଷ୍ପତ୍ତି ଅବସର ନେଇଥିବା ନିଜ ମେଡିକାଲ କର୍ମଚାରୀଙ୍କୁ ଡାକିଛି ଭାରତୀୟ ସେନା । ସେନା ବାହିନୀରୁ ଅବସର ନେଇଥିବା ସବୁ ଡାକ୍ତର ଓ କର୍ମଚାରୀ ପୁଣି କାମରେ ନିୟୋଜିତ ହେବେ । ନିଜ ଘର ପାଖ ମେଡିକାଲରେ ତୁରନ୍ତ ଯୋଗ ଦେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଅବସର ଗ୍ରହଣ କରିଥିବା ସେନାର ସମସ୍ତ ମେଡିକାଲ ଅଫିସରମାନଙ୍କୁ ଜରୁରୀକାଳୀନ ଭିତ୍ତିରେ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଥିବା ।

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ଅବସରରେ ଅବଗତ କରିଛନ୍ତି ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତ୍ । ଦେଶରେ କୋଭିଡ୍ ପରିଚାଳନାରେ ସେନା ବାହିନୀର ସହୟତା ସମ୍ପର୍କରେ ସମୀକ୍ଷାବେଳେ ସିଡିଏସ୍ ରାଓ୍ୱତ୍, ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ସ୍ଥଳ ସେନା, ବାୟୁସେନା ଓ ନୌସେନାର ସମସ୍ତ କମାଣ୍ଡ ମୁଖ୍ୟାଳୟ ଓ ଡିଭିଜନ୍ ହେଡକ୍ୱାର୍ଟରରେ ନିୟୋଜିତ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ମଧ୍ୟ ମେଡିକାଲ ମାନଙ୍କରେ ନିୟୋଜିତ ହେବାକୁ କୁହାଯାଇଛି ।

 

You might also like