ଦେଶରେ ଆରମ୍ଭ ହେଲା ସି ପ୍ଲେନ୍ ସର୍ଭିସ

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ସି ପ୍ଲେନ୍ ସର୍ଭିସର ଉଦ୍‌ଘାଟନ କରିଛନ୍ତି। ଏହି ପ୍ଲେନ୍‌ କେଓ୍ୱାଡ଼ିଆଠାରୁ ସାବରମତି ମଧ୍ୟରେ ଚଳାଚଳ କରି ଗୁଜୁରାଟର ଦୁଇଟି ପ୍ରୋଜେକ୍ଟକୁ ସଂଯୋଗ କରିବ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ୧୪୫ତମ ବାର୍ଷିକୀ ଏବଂ ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଏହି ସେବାର ଶୁଭାରମ୍ଭ କରାଯାଇଛି। ସାବରମତି ରିଭରଫ୍ରଣ୍ଟରୁ କେଓ୍ୱାଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଏହି ସି-ପ୍ଲେନ୍ ସେବା ଚାଲୁ ରହିବ। ଫଳରେ ୨୦୦ କିଲୋମିଟରର ରାସ୍ତାକୁ ଏହା ୪ଘଣ୍ଟା ବଦଳରେ ୪୫ ମିନିଟ୍‌ରେ ଯାତ୍ରୀଙ୍କୁ ପହଞ୍ଚାଇ ପାରିବ। ଏହି ପ୍ଲେନ୍‌ ଟିକେଟ୍‌ର ଦାମ୍‌ ୧୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ତେବେ ଗୁଜରାଟ ନର୍ମଦା ଜିଲ୍ଲା କେବାଡ଼ଇାରୁ ଅହମଦାବାଦର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଏହାର ପ୍ରଥମ ଉଡ଼ାଣ ହୋଇଥିଲା। ମୋଦି ନିଜେ ଏହି ସି ପ୍ଲେନ୍‌ରେ ବସି ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ସାବରମତୀ ଆଶ୍ରମ ଯାଏ ଯାଇଛନ୍ତି।

ଆସନ୍ତାକାଲିଠାରୁ ସି ପ୍ଲେନ୍ ଆନୁଷ୍ଠାନିକ ଭାବେ ଚାଲିବ। ଉଡ଼ାଣ ଯୋଜନା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

 

You might also like