ଦିଲ୍ଲୀ ଲାଲକିଲ୍ଲାରେ ନେତାଜୀ ମ୍ୟୁଜିୟମ ଉଦ୍‌ଘାଟିତ

ନୂଆଦିଲ୍ଲୀ : ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲା ପରିସରରେ ନେତାଜୀ ମ୍ୟୁଜିୟମର ଉଦ୍‌ଘାଟନ କରିଛନ୍ତି।

ଏଥିରେ ନେତାଜୀଙ୍କ ପିଲାଦିନ ସହ ଅନେକ କୀର୍ତ୍ତିରାଜି ସ୍ଥାନ ପାଇଛି।  ଯେଉଁଥିରେ ନେତାଜୀ ବ୍ୟବହାର କରୁଥିବା କାଠର ଚେୟାର, ୟୁନିଫର୍ମ, ବିଭିନ୍ନ ମେଡାଲ ସହ ବହୁ ସରଞ୍ଜାମ ରହିଛି।

ମ୍ୟୁଜିୟମରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠନ ହୋଇଥିବା ଆଜାଦ୍‌ ହିନ୍ଦ୍‌ ଫୌଜର ବୀରତ୍ୱ ସମ୍ପର୍କରେ ସ୍ଥାନିତ ହୋଇଛି।  ଏହାସହ ପ୍ରଧାନମନ୍ତ୍ରୀ ୟାଦ୍-ଇ-ଜାଲିଆନ୍ ମ୍ୟୁଜିୟମ୍‌ର ମଧ୍ୟ ଉଦ୍‌ଘାଟନ କରିଛନ୍ତି।

ଏପ୍ରିଲ ୧୩, ୧୯୧୯ରେ ହୋଇଥିବା ଜାଲିଓ୍ୱାନାବାଗ୍ ହତ୍ୟାକାଣ୍ଡର ବିଭିନ୍ନ ସ୍ମୃତି ଏହି ମ୍ୟୁଜିୟମରେ ରହିଛି। 

You might also like