ଏଲ୍‌ ଏଣ୍ଡ ଟି’ର ଆର୍ମଡ ସିଷ୍ଟମ କମ୍ପ୍ଳେକ୍ସ ଉଦ୍‌ଘାଟିତ କଲେ ପ୍ରଧାନମନ୍ତ୍ରୀ

ଗାନ୍ଧିନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ହଜିରା ସ୍ଥିତ ଲାର୍ସନ ଏଣ୍ଡ ଟୁବ୍ରସନର ଆର୍ମଡ ସିଷ୍ଟମ କମ୍ପ୍ଳେକ୍ସକୁ ଦେଶ ଉଦ୍ଦେଶ୍ୟର ସମ୍ପର୍ପିତ କରିଛନ୍ତି। ଏହି ଅବସରରେ ଅତ୍ୟାଧୁନିକ କେ-୯ ବଜ୍ର ଟ୍ୟାଙ୍କରେ ବସି କିଛି ସମୟ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ। ଏଲ୍ ଏଣ୍ଡ୍ ଟି ଦ୍ୱାରା ନିର୍ମିତି ଏହି ଅତ୍ୟାଧୁନିକ ଟ୍ୟାଙ୍କ ସେଲ୍ଫ ପ୍ରୋପେଲ୍ଡ ହୋବରକ୍ରାଫ୍ଟ ଗନ୍ କୁହାଯାଉଛି। ଏହି ଟ୍ୟାଙ୍କର ଅନେକ ସ୍ୱତନ୍ତ୍ରତା ରହିଛି, ଯାହା ବୋଫର୍ସଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ।

You might also like