ଗ୍ୟାସ୍‌ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଅାଦିଲ୍ଲୀ : ଦେଶର ୬୩ଟି ଭୌଗୋଳିକ ଅଞ୍ଚଳରେ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁଥିରେ ଓଡ଼ିଶାର ୭ଟି ଭୌଗୋଳିକ ଅଞ୍ଚଳ ଅନ୍ତର୍ଗତ ୧୭ଟି ଜିଲ୍ଲା ରହିଛି। ସେ ସବୁ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ଗଂଜାମ, ନୟାଗଡ଼ ଓ ପୁରୀ ଜିଲ୍ଲାର ଭୌଗୋଳିକ ଅଞ୍ଚଳ।

ନୂଅାଦିଲ୍ଲୀରୁ ପ୍ରକଳ୍ପର ଲୋକାର୍ପଣ କରିବା ସହ ଦେଶର ସମସ୍ତ ଅଞ୍ଚଳକୁ ଗ୍ୟାସ୍‌ ଯୋଗାଣ ସୁବିଧା କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଥିବା ମୋଦି କହିଛନ୍ତି। ଅାଗାମୀ ୨ରୁ ୩ ବର୍ଷ ଭିତରେ ୪୦୦ ଦେଶର ଜିଲ୍ଲାରେ ଏହି ସୁବିଧା ମିଳିବ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

You might also like