ଚୀନ୍-ଭାରତ ଉତ୍ତେଜନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ: ଚୀନ୍ ସହ ପୁଣି ଉତ୍ତେଜନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ସେନା ମୁଖ୍ୟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାଓ୍ୱତଙ୍କ ଜରୁରୀ ବୈଠକରେ ଆଲୋଚନା କରିଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପର ସଚିବଙ୍କ ଏକ ପୃଥକ ଆଲୋଚନାରେ ମଧ୍ୟ ଯୋଗ ଦେଇଥିଲେ। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତିନି ସେନା ମୁଖ୍ୟଙ୍କ ସହ ବିଚାର ବିମର୍ଷ କରିଥିଲେ।

ସିକିମ୍ ଓ ଲଦାଖରେ ଭାରତ-ଚୀନ ସେନା ମଧ୍ୟରେ ଉତ୍ତେଜନା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏଭଳି ଘନ ଘନ ବୈଠକ ଅନୁଷ୍ଠିତ ହୋଇଥିବା ଅନୁମାନ କରାଯାଇଛି।

ଭାରତ ଏବଂ ଚୀନ ସୀମାନ୍ତ ଲଦାଖରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ହଜାର ହଜାର ଚୀନ ସେନା ଗଲବାନ ରିଜନର ୩ଟି ସ୍ଥାନରେ ଭାରତ ସୀମା ଭିତରକୁ ପଶି ଆସିଛନ୍ତି। ପେଙ୍ଗୋଙ୍ଗ ସୋ ଲେକ ନିକଟ ଫିଙ୍ଗର ଏରିଆରେ ଚୀନ ସେନା ବଙ୍କର ତିଆରି କରୁଥିବା ଜଣାପଡ଼ିଛି।

You might also like