ବଢିପାରେ ଲକ୍‌ଡାଉନ ଅବଧି-ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଲକଡାଉନ ଅବଧି ମେ’୩ ତାରିଖରେ ଶେଷ ହେବ। ହେଲେ ତା‘ପରେ ଲକ୍‌ଡାଉନ ଅବଧି ବଢିବ କି ନାହିଁ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। କାରଣ ଏ ପର୍ଯ୍ୟନ୍ତ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ତେଣୁ ଲକ୍‌ଡାଉନ ଅବଧି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।  ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ସଙ୍କେତ ଦେଇଛନ୍ତି।

ତେବେ ପୂର୍ବଭଳି ଲକଡାଉନ ଜାରି କରାଯାଇ ନ ପାରେ। କେବଳ କରୋନା ହଟସ୍ପଟ ଅଞ୍ଚଳରେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏବେ ରାଜ୍ୟଗୁଡ଼ିକ ରେଡ ଜୋନକୁ ଅରେଞ୍ଜ ଓ ପରେ ଗ୍ରୀନ ଜୋନ ଭାବେ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଦରକାର ବୋଲି ମୋଦି କହିଛନ୍ତି

। ଲକଡାଉନକୁ କୋହଳ କରିବା ପୂର୍ବରୁ ରାଜ୍ୟଗୁଡ଼ିକ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବା ଉଚିତ। ଲକଡାଉନ କୋହଳ ହେଲେ ମଧ୍ୟ ରାଜ୍ୟଗୁଡ଼ିକ ସବୁ ସ୍ଥାନ ଉପରେ ନଜର ରଖିବେ। ବିଶେଷ କରି ହଟସ୍ପଟ ଅଞ୍ଚଳ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଆଗାମୀ କିଛି ମାସ ବେଶ ଗୁରୁତ୍ୱପୂର୍ଣ୍ଣ। ମାସ୍କ ଆଗକୁ ମଧ୍ୟ ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ବୋଲି ମୋଦି କହିଛନ୍ତି।

ଆଜିର ବୈଠକ ବେଳେ ୪ ଜଣ ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧିକୁ ବୃଦ୍ଧି କରିବା ସପକ୍ଷରେ ମତ ଦେଇଥିବା ଜଣାପଡ଼ିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତ ମାସରେ ମୋଦି ପୁଣି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ସମୟରେ ଲକଡାଉନ ବୃଦ୍ଧି ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିପାରନ୍ତି।

କରୋନା ଯୋଗୁ ଦେଶରେ ପ୍ରଥମେ ମାର୍ଚ୍ଚ ୨୫ରୁ ୨୧ ଦିନିଆ ଲକଡାଉନ ଜାରି କରାଯାଇଥିଲା। ଏହାପରେ ଏହାକୁ ମେ’ ୩ ଯାଏ ବୃଦ୍ଧି କରାଯାଇଛି। ମେ’ ୩ ତାରିଖ ରାତି ୧୨ଟାରେ ଏହି ଲକଡାଉନ ଅବଧି ଶେଷ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

You might also like