ଅନଲାଇନ୍ ଯୋଗେ ଦେଶର ସବୁକୋଣରେ ପହଞ୍ଚିବ ଶିକ୍ଷା ସୁବିଧା

ନୂଆଦିଲ୍ଲୀ:  କରୋନା ମହାମାରୀ ବେଳେ ଅନଲାଇନ୍ ଶିକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଅନ୍‌ଲାଇନ୍ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଶିକ୍ଷାର ସୁବିଧା । ଏନ୍‌ସିଇଆରଟିର ସମସ୍ତ ଟିଭି ଚ୍ୟାନେଲରେ ଉପଲବ୍ଧ ହେବ ଡିଜିଟାଲ୍ ପାଠ୍ୟକ୍ରମ। ଏ ନେଇ ରୋଟାରୀ ଇଣ୍ଡିଆ ହ୍ୟୁମାନିଟି ଫାଉଣ୍ଡେସନ ଓ ନାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ ଆଣ୍ଡ ଟ୍ରେନିଂ ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି ।

ରୋଟାରୀ ଇଣ୍ଡିଆର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନ୍‌ସିଇଆରଟିର ସମସ୍ତ ଟିଭି ଚ୍ୟାନେଲ୍‌ରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଡିଜିଟାଲ୍ ପାଠ୍ୟକ୍ରମ ଉପଲବ୍ଧ ହେବ। ପ୍ରାଥମିକ ପର୍ଯ୍ୟାୟରେ ହିନ୍ଦୀ ଓ ଇଂରାଜୀ ଦୁଇଟି ଭାଷାରେ ଏହି ପାଠ୍ୟକ୍ରମ ଉପଲବ୍ଧ ହେବ । ପରେ ଅନ୍ୟାନ୍ୟ ଭାରତୀୟ ଭାଷାରେ ଡିଜିଟାଲ୍ ପାଠ୍ୟକ୍ରମ ଉପଲବ୍ଧ ହେବ । ଏହା ଦ୍ୱାରା ଲକଡାଉନ୍ ବେଳେ ଛାତ୍ରଛାତ୍ରୀ ଘରେ ରହି ପାଠ ପଢ଼ିବାର ସୁଯୋଗ ପାଇ ପାରିବେ।

You might also like