ଚାଳକବିହୀନ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିନା ଚାଳକରେ ଚାଲିଲା ମେଟ୍ରୋ ଟ୍ରେନ୍। ଚାଳକ ବିହୀନ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ମେଟ୍ରୋର ଜନକପୁରୀ ୱେଷ୍ଟରୁ ନୋଏଡ଼ାର ବଟାନିକାଲ୍ ଗାର୍ଡେନକୁ ସଂଯୋଗ କରୁଥିବା ମାଜେଣ୍ଟା ଲାଇନର ୩୭ କିଲୋମିଟର ଲମ୍ବ ରୁଟରେ ଚାଳକ ବିହୀନ ମେଟ୍ରୋ ଚଳାଚଳ କରିବ।ଏହାସହ ମୋଦି ଏୟାରପୋର୍ଟ ଏକ୍ସପ୍ରେସ୍ ଲାଇନରେନେସନାଲ କମନ ମୋବିଲିଟ୍ କାର୍ଡ ପ୍ରଚଳନର ଶୁଭାରମ୍ଭ କରିଛନ୍ତି। 

ଚାଳକ ବିହୀନ ଟ୍ରେନଟି ସଂପୂର୍ଣ୍ଣ ଭାବେ ସ୍ୱୟଂଚାଳିତ ତେବେ ମାନବୀୟ ତ୍ରୁଟିକୁ ମାତ୍ ଦେବା ଲାଗି ଖୁବ୍ କମ୍ ଲୋକ ଏଥିରେ ଆବଶ୍ୟକ ହେବେ ବୋଲି କୁହାଯାଇଛି। ନୂଆ ପିଢିର ଏହି ମେଟ୍ରୋ ଟ୍ରେନ ଖୁବ କମ୍ ଦିନରେ କମର୍ସିଆଲ ଚଳାଚଳ କରିବ ବୋଲି ଦିଲ୍ଲୀ ମେଟ୍ରୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । 

ଏହାସହ ଟ୍ରେନ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଲେ ଯେ, ସ୍ମାର୍ଟ ସିଷ୍ଟମ ଆଡକୁ ଦେଶ ଅଗ୍ରଗତି କରୁଛି ବୋଲି ଏଥିରୁ ସ୍ପଷ୍ଟ ଭାବରେ ଜଣାଯାଉଛି। କେବଳ ଏତିକି ନୁହେଁ ବରଂ ଦିଲ୍ଲୀ ମେଟ୍ରୋ’ନ୍ୟାସନାଲ କମନ ମୋବିଲିଟି କାର୍ଡ’ରେ ସଂଯୋଗ ମଧ୍ୟ ହୋଇଛି। ଏହାସହ ମୋଦି କହିଛନ୍ତି ଯେ, ଆମେ ଯଦି କିଛିଦିନ ତଳକୁ ପଳାଇବା ତେବେ ସ୍ମାର୍ଟ ସିଷ୍ଟମ ଉପରେ ବିଶେଷ ଧ୍ୟାନ ଦିଆଯାଉଥିଲା। କିନ୍ତୁ ହଠାତ୍ ସ୍ମାର୍ଟ ସିଷ୍ଟମକୁ ଗ୍ରହଣ କରାଯାଇ ପାରୁନଥିଲା। ନଗରୀକରଣ ଏବଂ ବୈଷୟିକ ବିକାଶ ବ୍ୟାପକ ତାରତମ୍ୟ ରହିଛି। କିନ୍ତୁ ଆମ ସରକାର ଶାସନ କ୍ଷମତାକୁ ଆସିବା ପରେ ଏହାର ନିଶ୍ଚିତ ଭାବରେ ପରିବର୍ତ୍ତନ ହୋଇଛି।

କିନ୍ତୁ ଡିଜିଟାଲ ଯୁଗରେ ଜୀବନଯାତ୍ରାକୁ ସୁବିଧା କରିବା ଲାଗି ନଗରୀକରଣକୁ ଧ୍ୟାନ ଦେବା ନିହାତି ଦରକାର। ତେବେ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ କହିବା ଅନୁସାରେ, ଏହି ସର୍ବାଧୁନିକ ଟ୍ରେନ୍‌ ସେବା ଆରମ୍ଭ ହେବା ସହ ବିଶ୍ୱରେ ଥିବା ୭% ଚାଳକବିହୀନ ମେଟ୍ରୋ ନେଟ୍‌ଓ୍ଵାର୍କରେ ‘ଡିଏମ୍‌ଆର୍‌ସି’ ପ୍ରବେଶ କରିଛି।

 ଏହି ଟ୍ରେନର ଶୁଭାରମ୍ଭ ପରେ ମୋଦି କହିଛନ୍ତି ଯେ, ଭାରତରେ ସର୍ବାଧିକ ଯାତ୍ରୀ ନିଜର ଗମନାଗମନ ଲାଗି ରେଳ ଉପରେ ହିଁ ଭରସା କରନ୍ତି। ତେଣୁ ଏପରି ରେଳ ଚଳାଚଳ କଲେ ନିଶ୍ଚିତ ଭାବରେ ଲୋକମାନେ ଉପକୃତ ହେବେ ବୋଲି ମୋଦି କହିଛନ୍ତି।

You might also like