ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ନିର୍ମାଣରେ ବିଳମ୍ବକୁ ଉଦ୍‌ବେଗ ପ୍ରକାଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ନିର୍ମାଣରେ ବିଳମ୍ବକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦି। ଦେଶର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଦିଲ୍ଲୀରେ ଆୟୋଜିତ ମାସିକିଆ ବୈଠକ ପ୍ରଗତିରେ ସମୀକ୍ଷା କରିବା ସହ ଜଂଗଲ, ପରିବେଶ ଓ ରେଳ ବିଭାଗକୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଏହି ପ୍ରକଳ୍ପ ପଛୁଆ ଅଂଚଳର ବିକାଶ ପାଇଁ ଆରମ୍ଭ କରାଯାଇଥିଲା। କିନ୍ତୁ ଅହେତୁକ ବିଳମ୍ବ ଯୋଗୁ ଏହି ଅଂଚଳରେ ରହୁଥିବା ଗରିବ ଲୋକମାନେ ସୁବିଧାରୁ ବଂଚିତ ହେଉଛନ୍ତି। ଯଦି ପ୍ରକଳ୍ପ ନିର୍ଦ୍ଧାରିତ ୧୯୯୫ରୁ ୨୦୦୦ ମସିହା ମଧ୍ୟରେ ଶେଷ ହୋଇଥାନ୍ତା, ତେବେ ଖର୍ଚ୍ଚ କମ ହେବା ସହ ସ୍ଥାନୀୟ ଲୋକମାନଙ୍କ ଉନ୍ନତିରେ ସହାୟକ ହୋଇପାରିଥାନ୍ତା ବୋଲି ପ୍ରଧାନମନ୍ତ୍ରୀ ବୈଠକରେ ମତ ଦେଇଛନ୍ତି।

୨୮୯ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ୧୯୯୫ ମସିହାରୁ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେପଟେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ତୁରନ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

You might also like