୩ କୋଟି ଲୋକଙ୍କୁ ମାଗଣାରେ ଟିକା ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଦେଶର ୩ କୋଟି ଜନତାଙ୍କୁ ମାଗଣାରେ ଟିକା ଦେବେ କେନ୍ଦ୍ର ସରକାର। ଏଥିପାଇଁ ରାଜ୍ୟକୁ କୌଣସି ଖର୍ଚ୍ଚ ବହନ କରିବାକୁ ପଡ଼ିବ ନାହିଁ। ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ପର୍ଯ୍ୟାୟରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଯଥା ପୁଲିସ, ସୁରକ୍ଷାକର୍ମୀ ଓ ସଫେଇ କର୍ମଚାରୀ ଆଦି ୩ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ଆସନ୍ତା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା କୋଭିଡ୍ ଟିକାକରଣ ପାଇଁ ତତ୍ପରତା ପ୍ରକାଶ ପାଇଛି। ସାରା ଦେଶରେ ଏଥିପାଇଁ ୫ ହଜାର ସେସନ୍ ସାଇଟ୍ ବା ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୧୬୦ଟି ଟିକାକରଣ ସେଣ୍ଟର ରହିଛି। ପ୍ରତି ଜିଲ୍ଲାରେ ଏଥିଲାଗି ବ୍ୟବସ୍ଥା ହୋଇଛି। ପ୍ରତି ସେଣ୍ଟରରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।

ଦେଶରେ ଟିକାକରଣ ପାଇଁ ରାଜ୍ୟଗୁଡ଼ିକରେ କେମିତି ପ୍ରସ୍ତୁତି ହୋଇଛି ସେ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଆଜି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫେରନ୍ସିଂ ଜରିଆରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ବି ଉପସ୍ଥିତ ଥିଲେ।

ଜାନୁଆରୀ ୧୬ ତାରିଖରେ ଭାରତ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ କରିବାକୁ ଯାଉଛି ବୋଲି ବୈଠକରେ କହିଥିଲେ ପ୍ରଧାନମନ୍ତ୍ରୀ। ଏଥିସହିତ ଦୁଇଟ ଭାରତ ଦ୍ୱାରା ପ୍ରସ୍ତୁତ ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିବା ସେ ସୂଚନା ଦେଇଥିଲେ।
ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ଦୁଇଟି କୋଭିଡ -19 ଟିକାକୁ ଅନୁମତି ମିଳିଛି। ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଭାରତୀୟ ଟିକା କୋଭାକ୍ସିନ୍ ଓ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆର କୋଭିଶିଲ୍ଡକୁ ଅନୁମତି ମିଳିଛି। କୋଭିଡ-୧୯ ଟିକାକରଣ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, କରୋନା ସମୟରେ ସମ୍ମୁଖରେ ରହି କାର୍ଯ୍ୟକରୁଥିବା କର୍ମଚାରୀ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ। ଜାନୁଆରୀ ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହି ବୈଠକରେ ମୋଦି କହିଥିଲେ “ ସରକାରୀ ହୁଅନ୍ତୁ କିମ୍ବା ବେସରକାରୀ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଟିକା ଦିଆଯିବ। ତା ସହିତ ସଫେଇ କର୍ମଚାରୀ ଏବଂ ଅନ୍ୟ ସମ୍ମୁଖ ଯୋଦ୍ଧା, ପ୍ରିତରକ୍ଷାବଳ, ପୋଲିସ ଏବଂ ଅନ୍ୟ ପାରାମିଲିଟାରୀ ଫୋର୍ସମାନଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯିବ।” ସେ ଆହୁରି ମଧ୍ୟ କହିଥିଲେ ଯେ ବୈଜ୍ଞାନିକଙ୍କ ଅନୁମତି ପରେ ଟିକାକରଣ ଆରମ୍ଭ ହେବ। କୋଭିଶିଲ୍ଡ ଓ କୋଭାକ୍ସିନ୍‌ ମୂଲ୍ୟ ଯଥେଷ୍ଟ କମ୍‌ ରହିଛି। ଟିକା ପାଇଁ ବେଦିଶ ଉପରେ ନିର୍ଭର କରିବାକୁ ପଡ଼ିଥିଲେ ଅଧିକ ମୂଲ୍ୟ ଦେବାକୁ ପଡ଼ିଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ରାଜ୍ୟମାନଙ୍କ ସହିତ ଆଲୋଚନା ପରେ ଟିକାକରଣର ଶ୍ରେଣୀଗତ ପ୍ରାଥମିକତା ନିର୍ଦ୍ଧାରିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସରକାରୀ, ବେସରକାରୀ ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମୀ ପୋଲିସ, ପାରାମିଲିଟାରୀ ଫୋର୍ସ, ସିଭିଲ୍‌ ଡିଫେନ୍ସ ଏହି ସମସ୍ତଙ୍କୁ ମିଶାଇଲେ ମୋଟ ୩ କୋଟିଙ୍କୁ ଟିକା ଦିଆଯିବ। ଏହି ୩ କୋଟିଙ୍କୁ ସମ୍ପୂର୍ଣ୍ଣ ମାଗଣାରେ କରୋନା ଟିକା ଦିଆଯିବ। ଏଥିପାଇଁ ରାଜ୍ୟ ସରକାର କୌଣସି ଖର୍ଚ୍ଚ ବହନ କରିବେ ନାହିଁ। ଆସନ୍ତା ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି ମୋଦି ସୂଚନା ଦେଇଛନ୍ତି।
ଏଥିସହିତ କରୋନା ଟିକାକରଣକୁ ହେଉଥିବା ସମସ୍ତ ପ୍ରକାର ଗୁଜବ ଓ ମିଛି ଖବରକୁ ବନ୍ଦ କରିବା ସହିତ ରାଜନେତାମାନେ କୌଣସି ରାଜନୀତି ନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି “ଟିକାକରଣକୁ ନେଇ ଯେମିତି ଗୁଜବ ପ୍ରଚାର ନହୁଏ ସେଥିପ୍ରତି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଧ୍ୟାନ ଦେବେ।”

ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟମନ୍ତ୍ରୀଙ୍କ ସହିତ ହୈଠକକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ନେତା ନୱାବ ମଲିକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଇ ପ୍ରଥମେ ଟିକା ନିଅନ୍ତୁ ତେବେ ଯାଇ ସମସ୍ତ ସଂସୟ ଦୂର ହେବ ବୋଲି କହିଛନ୍ତି ନୱାବ। ଏନେ ସେ କହିଛନ୍ତି “ କୋଭିଡ୍‌-୧୯ ଟିକାକରଣ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଟିକାକୁ ନେଇ ଏବେବି ଲୋକମାନଙ୍କ ମନରେ ସନ୍ଦହେ ରହୁଛି। ଆମେ ଚାହୁଁଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଟିକା ନିଅନ୍ତୁ ଫଳରେ ସମସ୍ତ ସନ୍ଦେହ ଦୂର ହୋଇଯିବ। ବିଶ୍ୱାସ ସୃଷ୍ଟି ହେବ ଓ ଏପରି କରି ପ୍ରଧାନମନ୍ତ୍ରୀ ମୋଦି ଇତିହାସ ସୃଷ୍ଟି କରିବେ। ”

ଗୋଟିଏ ପଟେ କରୋନା ସାରା ଦେଶକୁ ଘାଣ୍ଟୁଥିବା ବେଳେ ଅନ୍ୟପଟେ ବାର୍ଡ-ଫ୍ଲୁ ଭୟ ଦେଖା ଦେଲାଣି। ଦେଶର ୯ଟି ରାଜ୍ୟରେ ଏହି ଭୂତାଣୁ ଚିହ୍ନଟ ହେଲାଣି। ଏନେଇ ମଧ୍ୟ ଆଜିର ବୈଠକରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୯ଟି ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହେଲାଣି। କରଳା, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜରାତ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ କରୋନା ଚିହ୍ନଟ ହୋଇଛି ବୋଲି ମୋଦି କହିଛନ୍ତି। ବାର୍ଡ ଫ୍ଲୁକୁ ନିୟନ୍ତ୍ରଣ କରିବା ପାଇଁ କୁକୁଡ଼ା ଫାର୍ମ, ଚିଡ଼ିଆ ଖାନା ଆଦିଗୁଡ଼ିକ ଉପରେ ନଜର ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

You might also like