ଅର୍ଥନୀତି ସୁଧାରିବାକୁ ପ୍ରୟାସ: ଚୀନ୍‌କୁ ପଛରେ ପକାଇବାକୁ ଭାରତ ପାଖରେ ସୁଯୋଗ

ନୂଆଦିଲ୍ଲୀ: କୋଭିଡ୍ ସ୍ଥିତିରେ ଦେଶର ଅର୍ଥନୀତି ସୁଧାରିବାକୁ ପ୍ରୟାସ କରିଚାଲିଛନ୍ତି ଭାରତ ସରକାର।  ଦେଶକୁ ବିଦେଶୀ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ଦେଶରେ ସ୍ଥାନୀୟ ପୁଞ୍ଜିନିବେଶକୁ ମଧ୍ୟ ପ୍ରୋତ୍ସାହନ ଦେବା ଦିଗରେ ବିଭିନ୍ନ ରଣନୀତି ନେଇ ବୈଠକରେ ଆଲୋଚନା ହୋଇଛି।

ଦେଶରେ ଶିଳ୍ପ ପାଇଁ ଉଦ୍ଦିଷ୍ଟ ଜମି ଓ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ଭିତ୍ତିଭୂମି ବିକାଶ ଓ ପୁଞ୍ଜିନିବେଶକାରୀଙ୍କୁ ଅର୍ଥନୈତିକ ସହାୟତା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯିବା ଉଚିତ ବୋଲି ଏଥିରେ ମତ ପ୍ରକାଶ ପାଇଛି।

ପୁଞ୍ଜି ନିବେଶକାରୀ ଯେଉଁଭଳି ଭାବେ ନିର୍ଦ୍ଦିଷ୍ଟ ଅବଧି ଭିତରେ ଆବଶ୍ୟକ କେନ୍ଦ୍ର ଓ ରାଜ୍ୟ କ୍ଲିଅରାନ୍ସ ପାଇପାରିବେ, ସେଦିଗରେ ମଧ୍ୟ ପଦକ୍ଷେପ ନିଆଯିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି।

ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ତେବେ ଖବର ଅନୁସାରେ, ଜାପାନ୍‌, ଆମେରିକା, ଇଂଲଣ୍ଡ ଓ ସାଉଥ୍‌କୋରିଆ ଭଳି ଦେଶଗୁଡ଼ିକ ଚାଇନାରୁ ମେନୁଫେକ୍‌ଚର୍‌ ୟୁନିଟ୍‌ ଉଠାଇ ନେଉଛନ୍ତି। ଆଉ ଏହି ସମୟ ଭାରତ ପାଇଁ ଉଚିତ୍ ସମୟ। ଭାରତ ପାଖରେ ମାନବ ସମ୍ଭଳ ଓ ଭୂସମ୍ବଳ ରହିଛି। ବିଦେଶୀ କମ୍ପାନୀଗୁଡ଼ିକ ମଧ୍ୟ ଭାରତରେ ପୁଞ୍ଜିନିବେଶ କରିବାକୁ ଚାହିଁ ବସିଛନ୍ତି। ଏହି ସମୟରେ ଭାରତ ସରକାର ବିଦେଶୀ କମ୍ପାନୀଗୁଡ଼ିକୁ ଅକୃଷ୍ଟ କରିବା ପାଇଁ ଉଚିତ୍ ପଦକ୍ଷେପ ନେବା ଦରକାର। ଯଦି ଭାରତ ଏଥିରେ ସଫଳ ହେଲା ତେବେ ଭାରତର ଅର୍ଥନୀତି ସୁଦୃଢ଼ ହେବା ସହିତ ଚାଇନାକୁ ପଛରେ ପକାଇପାରେ ଭାରତ।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like