କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଅକ୍ସିଜେନ ସମସ୍ୟା ନେଇ ଆଲୋଚନା କଲେ ମୋଦି

 

  • ପିଏମଙ୍କ କରୋନା ସ୍ଥିତି ସମୀକ୍ଷା
  • କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
  • ସ୍ୱାସ୍ଥ୍ୟ ଭିତ୍ତିଭୂମି, ମେଡିସିନ ଓ ଅକ୍ସିଜେନ୍ ଉପଲବ୍ଧତା ନେଇ ଆଲୋଚନା
  • ଅକ୍ସିଜେନ୍ ଅଭାବ ଦୂର ନେଇ ପଦକ୍ଷେପ ସମ୍ପର୍କରେ ଜଣାଇଲା କ୍ଷମତାସମ୍ପନ୍ନ ଗୋଷ୍ଠୀ
  • ରାଜ୍ୟମାନଙ୍କୁ ଅକ୍ସିଜେନ୍ କୋଟା ବଢାଇଯାଇଥିବା ସୂଚନା ଦେଲେ ଅଧିକାରୀ
  • ହସ୍ପିଟାଲରେ ବେଡ୍ ଓ ଅଆଇସିୟୁ ସଂଖ୍ୟା ବଢାଯାଉଥିବା ସୂଚନା ଦେଲେ ଅଧିକାରୀ
  • ବିଭିନ୍ନ ରାଜ୍ୟ ସହ ଯୋଡ଼ି ହୋଇ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶର କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । କରୋନାର ମୁକାବିଲା ପାଇଁ ଦେଶରେ ଆବଶ୍ୟକ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମି, ମେଡିସିନର ଉପଲବ୍ଧତା ଏବଂ ଅକ୍ସିଜେନ୍ ପ୍ରସଙ୍ଗ ନେଇ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଏହି ବୈଠକରେ ଅକ୍ସିଜେନ୍ ଯୋଗାଣ ଲାଗି କାମ କରୁଥିବା କ୍ଷମତାସମ୍ପନ୍ନ ଗୋଷ୍ଠୀ, ଦେଶର ଅକ୍ସିଜେନ୍ ଅଭାବ ଦୂର କରିବା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ରାଜ୍ୟମାନଙ୍କୁ ମଧ୍ୟ ଅକ୍ସିଜେନ୍ କୋଟା ବଢାଇଯାଇଥିବା ଏହି ବୈଠକରେ ସୂଚନା ଦିଆଯାଇଛି ।

୨୦୨୦ ଅଗଷ୍ଟରେ ଦେଶରେ ଦୈନିକ ୫ ହଜାର ୭୦୦ ମେଟ୍ରିକ୍ ଟନ୍ ଲିକୁଇଡ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ତାହା ୮ ହଜାର ୯୨୨ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି । ଆଗକୁ ଘରୋଇ କ୍ଷେତ୍ରରେ ଏହି ଉତ୍ପାଦନ ୯ ହଜାର ୨୫୦ ମେଟ୍ରିକ ଟନକୁ ବୃଦ୍ଧି ପାଇବ ବୋଲି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି କ୍ଷମତା ସମ୍ପନ୍ନ ଗୋଷ୍ଠୀ । ସେହିଭଳି କୋଭିଡ୍ ପରିଚାଳନା ପାଇଁ ବେଡ୍ ଓ ଆଇସିୟୁ ସଂଖ୍ୟା ମଧ୍ୟ ବଢାଯାଉଥିବା ସୂଚନା ଦିଆଯାଇଥିଲା । ଏହି ଅବସରରେ ବିଭିନ୍ନ ରାଜ୍ୟ ସହ ଯୋଡ଼ି ହୋଇ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି ।

ସେପଟା ରାଜଧାନୀ ଦିଲ୍ଲୀରେ ଦୟନୀୟ ହେଲାଣି ସ୍ଥିତି। କରୋନା ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ିବାରେ ଲାଗିଛି , ମେଡିକାଲରେ ରୋଗୀଙ୍କ ପାଇଁ ଆଉ ସ୍ଥାନ ନାହିଁ। ସରକାରୀ ମେଡିକାଲ ତ ଦୂରର କଥା ଘରୋଇ ମେଡିକାଲରେ ବି ରୋଗୀଙ୍କୁ ବେଡ ଟିଏ ମିଳୁନି । ଏମିତିକି ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିସାରିଛନ୍ତି ଯେ, ଦିଲ୍ଲୀରେ ଅକ୍ସିଜେନର ଘୋର ଅଭାବ ରହିଛି । ଏହା ପରେ ମେଡିକାଲ ଗୁଡ଼ିକରେ ଭେଣ୍ଟିଲେଟର ଅଭାବ ମଧ୍ୟ ରହିଛି। ତେଣୁ କେଜ୍ରିୱାଲ ଦେଶର ସବୁ ରାଜ୍ୟମାନଙ୍କୁ ଅକ୍ସିଜେନ ଦେବା ପାଇଁ ଅନୁରୋଧ କରିଥିଲେ।

You might also like