ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରାଖଣ୍ଡ : ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଥର ଭଳି ଚଳିତ ଥର ମଧ୍ୟ ସେନା କ୍ୟାମ୍ପକୁ ଯାଇ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଉତ୍ତରାଖଣ୍ଡ ହରସୀଲ ଅାଇଟିବିପି କ୍ୟାମ୍ପରେ ମୋଦି ପହଞ୍ଚି ସେନା ଓ ITBPର ଯବାନଙ୍କୁ ମିଠା ଖୁଅାଇ ଥିଲେ ।

ଶୌର୍ଯ୍ୟ ଏବଂ ବୀରତ୍ୱ ସହ ସୀମାରେ ମୁତୟନ ଥିବା ଯବାନଙ୍କ ସହ ବେଶ କିଛି ମୁହୂର୍ତ୍ତ ବିତାଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯବାନଙ୍କ ବୀରତ୍ୱକୁ ପ୍ରଶଂସା କରିଥିଲେ। ଯବାନମାନଙ୍କ ଶୃଙ୍ଖଳା ଓ ପ୍ରତିବଦ୍ଧତା ଯୋଗୁଁ ଦେଶବାସୀ ନିଜକୁ ସୁରକ୍ଷିତ ମନେ କରୁଛନ୍ତି ବୋଲି ମୋଦି କହିଥିଲେ।

ଯବାନଙ୍କ ସହ ଦୀପାବଳି ପାଳନ ପରେ ପ୍ରଧାନମନ୍ତ୍ରୀ କେଦାରନାଥ ମନ୍ଦିରରେ ପହଞ୍ଚି  ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ବାବା କେଦାରନାଥଙ୍କ ଦର୍ଶନ ପରେ ମନ୍ଦିର ପରିକ୍ରମା କରିଥିଲେ ମୋଦି। ଏହାପରେ ମନ୍ଦିର ପରିସରରେ ଅାୟୋଜିତ ହୋଇଥିବା ଫଟୋ ପ୍ରଦର୍ଶନ ବୁଲି ଦେଖିଥିଲେ।

ଅାଜି କେଦାରନାଥରେ ଦୀପାବଳି ଉପଲକ୍ଷେ ୫ ହଜାର ଦୀପ ଦାନ କରାଯିବ। ସେପଟେ ଦିପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରି ଟ୍ୱିଟ୍ କରିଛନ୍ତି ମୋଦି।

You might also like
Comments
Loading...