ଜି-୭ ସମ୍ମିଳନୀ ପାଇଁ ଫ୍ରାନ୍ସରେ ପହଞ୍ଚିଲେ ମୋଦି

ପ୍ୟାରିସ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଆଜି ଫ୍ରାନ୍ସରେ ପହଞ୍ଚିଛନ୍ତି। ସେଠାରେ ସେ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଥିବା ପରିବେଶ, ଜଳବାୟୁ ଏବଂ ଡିଜିଟାଲ ଟ୍ରାନ୍ସଫର୍ମେସନ୍‌ ବାବଦରେ ଆଲୋଚନା କରିବେ। ଏଥିସହ ସେ ବିଭିନ୍ନ ରାଷ୍ଟ୍ରନେତାଙ୍କୁ ମଧ୍ୟ ସେଠାରେ ଭେଟିବେ।

ଏହା ପୂର୍ବରୁ ମୋଦି ବାହରିନ୍‌ର ମାନାମାରେ ଥିଲେ। ସେ ସେଠାରେ ଶ୍ରୀନାଥ ମନ୍ଦିରରେ ଦର୍ଶନ କରିବା ସହ ସ୍ଥାନୀୟ କ୍ରାଉନ୍‌ ପ୍ରିନ୍ସଙ୍କ ସହ ଆଲୋଚନା କରିଥିଲେ। ମାନାମାରୁ ହିଁ ସିଧା ଫ୍ରାନ୍ସ ପହଞ୍ଚିଥିଲେ ମୋଦି।

ସୂଚନାଯୋଗ୍ୟ ଯେ, ଭାରତ ଜି-୭ ଗୋଷ୍ଠୀର ସଦସ୍ୟ ନୁହେଁ। କିନ୍ତୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକରନ୍‌ଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଏହି ସମ୍ମିଳନୀରେ ସେ ଯୋଗ ଦେଇଛନ୍ତି। ଜି-୭ ଗୋଷ୍ଠୀରେ ବ୍ରିଟେନ୍‌, କ୍ୟାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ଆମେରିକା ଆଦି ସଦସ୍ୟ ଅଛନ୍ତି।

ଏହି ନିମନ୍ତ୍ରଣକୁ ଭାରତ ବ୍ୟକ୍ତିଗତ ବୁଝାମଣାର ପ୍ରତିଫଳନ ବୋଲି କହିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ସମ୍ମିଳନୀ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦି କଶ୍ମୀର ବାବଦରେ ଆଲୋଚନା କରିବାର ସମ୍ଭାବନା ଅଛି। ଏହା ପୂର୍ବରୁ ୱାଶିଂଟନ୍‌ରେ ଟ୍ରମ୍ପ ଏହି ବୈଠକ ବାବଦରେ ସମ୍ୟକ୍‌ ସୂଚନା ଦେଇସାରିଛନ୍ତି।

ଆହୁରି ପଢ଼ନ୍ତୁ

ଆସୁଛି ୫ଜି ନେଟୱାର୍କ, ଚୀନ ବଦଳରେ ଆମେରିକା ସହ ହାତ ମିଳାଇଛି ଭାରତ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

You might also like