ଆମେରିକା ସାଂସଦ ଜନ୍‌ କର୍ଣ୍ଣୟନଙ୍କ ପତ୍ନୀଙ୍କୁ କ୍ଷମା ମାଗିଲେ ମୋଦି

ହ୍ୟୁଷ୍ଟନ୍‌: ଆମେରିକାରେ ହ୍ୟୁଷ୍ଟନରେ ଆୟୋଜିତ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କ ହୃଦୟ ଜିତିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ସେ କାର୍ଯ୍ୟକ୍ରମ ପରେ ଆମେରିକା ସାଂସଦ ଜନ୍‌ କର୍ଣ୍ଣୟନଙ୍କ ପତ୍ନୀଙ୍କୁ କ୍ଷମା ମାଗିଛନ୍ତି। ତେବେ ମୋଦି କ୍ଷମା ମାଗିବା ଦେଖି ସମସ୍ତେ ତାଙ୍କ ମହାନତାକୁ ପ୍ରଶଂସା କରିଛନ୍ତି। ତେବେ ଏହାର କାରଣ ଜାଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ।

ଗତକାଲି ଅର୍ଥାତ ରବିବାର ଜନ୍‌ଙ୍କ ପତ୍ନୀଙ୍କ ଜନ୍ମଦିନ ଥିଲା। ତେବେ ପତ୍ନୀଙ୍କ ଜନ୍ମଦିନରେ ଯୋଗଦେବା ପରିବର୍ତ୍ତେ ଜନ୍‌ ହାଓଡି ମୋଦି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମୋଦି ସେଠାରେ ଉଦ୍‌ବୋଧନ ଦେବାର ଥିବାରୁ ଜନ୍‌ ଆମେରିକାର ସାଂସଦ ଭାବେ ସେଠାରେ ଉପସ୍ଥିତ ରହିଥିଲେ।

ଏହି କାରଣରୁ ସେ ପତ୍ନୀଙ୍କ ଜନ୍ମଦିନରେ ଯୋଗଦେଇ ପାରି ନଥିଲେ। ଏକଥା ଜଣାପଡ଼ିବା ପରେ ମୋଦି ନିଜେ ଜନ୍‌ଙ୍କ ପତ୍ନୀଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ସେ ଜନଙ୍କ ପତ୍ନୀ ସ୍ୟାଣ୍ଡିଙ୍କୁ ବେଶ ନମ୍ରତାର ସହ ‘ସରି’ ବୋଲି କହିଥିଲେ। ଏହି ଘଟଣାର ଏକ ଭିଡିଓ ପିଏମ୍‌ଓ ପକ୍ଷରୁ ପୋଷ୍ଟ କରାଯାଇଛି।

ମୋଦି ଭିଡିଓରେ ସ୍ୟାଣ୍ଡିଙ୍କୁ କହୁଛନ୍ତି ଯେ “ଆଜି ଆପଣଙ୍କର ଜନ୍ମଦିନ। ହେଲେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ପାର୍ଟନର ମୋ ସହିତ ରହିଛନ୍ତି। ଏହା ଆପଣଙ୍କୁ ନିଶ୍ଚିତ ଆଘାତ ଦେଇଥିବ। ତେଣୁ ମୁଁ ଆପଣଙ୍କୁ କ୍ଷମା ମାଗୁଛି। କିନ୍ତୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି।”

ଏହି ଭିଡିଓ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

You might also like