ବାତ୍ୟା ପାଇଁ ଗୁଜୁରାଟ୍‌କୁ ଏତିକି ଟଙ୍କା ଦେଲା କେନ୍ଦ୍ର

ବାତ୍ୟା ପାଇଁ ସହାୟତା ଦେଲା କେନ୍ଦ୍ର

  • ବାତ୍ୟା ପାଇଁ ସହାୟତା ଦେଲା କେନ୍ଦ୍ର
  • ଗୁଜୁରାଟ୍‌କୁ ୧ ହଜାର କୋଟିର ସହାୟତା

ଗୁଜୁରାଟ୍‌: ବାତ୍ୟା ତାଉତେ ପାଇଁ ଗୁଜରାଟକୁ ମିଳିଲା ୧ ହଜାର କୋଟିର ସହାୟତା । ବାତ୍ୟାଞ୍ଚଳ ପରିଦର୍ଶନ ପରେ ଘୋଷଣା ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷୟକ୍ଷତି ଆକଳନ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ପଠାଇବ କେନ୍ଦ୍ର ଏହାସହ ମୃତକଙ୍କ ପରିବାରକୁ ୨ ଲକ୍ଷ, ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର।

ତେବେ ବାତ୍ୟା ତାଉତେର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଅପରାହ୍ନରେ ସେ ଗୁଜରାଟ ଓ ଡିଉ ଅଞ୍ଚଳର ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ପରେ ସେ ଅହମଦାବାଦରେ ତାଉତେ କ୍ଷୟକ୍ଷତିକୁ ନେଇ ଏକ ସମୀକ୍ଷା ବୈଠକ କରିଥିବା ନେଇ ସୂଚନା ମିଳିଛି। ତାଉତେ ଦେଶର ପଶ୍ଚିମ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଛି। ୧୯୯୮ ପରେ ଗୁଜରାଟରେ ସାମୁଦ୍ରିକ ଝଡ଼ ଏଥର ସବୁଠୁ ଅଧିକ କ୍ଷୟକ୍ଷତି କରିଛି।

ଗୁଜରାଟରୁ ଉତ୍ତର-ଉତ୍ତରପୂର୍ବ ଭାରତ ଆଡକୁ ଗତି କରି କ୍ରମଶ ଦୁର୍ବଳ ହେବାରେ ଲାଗିଛି। ଆସନ୍ତାକାଲି ମଧ୍ୟରେ ଏହା ରାଜସ୍ଥାନ ଦେଇ ପଶ୍ଚିମ ଉତ୍ତର ପ୍ରଦେଶ ଆଡକୁ ଗତି କରି ଶକ୍ତିହିନ ହେବ। ଏହା ପ୍ରଭାବରେ ଗୁଜରାଟ, ଦକ୍ଷିଣ ରାଜସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଭାରତରେ କିଛି ସ୍ଥାନରେ ଏବେ ବି ବର୍ଷା ଲାଗି ରହିଛି।

ତାଉତେ ପ୍ରଭାବରେ ଗୁଜୁରାଟରେ ପ୍ରବଳ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ବାତ୍ୟା ପ୍ରଭାବରେ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିଛି। ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିବା ଯୋଗୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଜୁନାଗଡ଼, ଆମ୍‌ରେଲି ଏବଂ ଭବନଗର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେନା ଯବାନ ଓ ଏନ୍ଡିଆର୍‌ଏଫ୍‌ ଟିମ୍ ପହଞ୍ଚି ତତ୍‌କ୍ଷଣାତ ଗଛ ଓ ଇଲେକ୍ଟ୍ରିକ୍‌ ଖୁଣ୍ଟ ସଫା କରି ରାସ୍ତା ସଜାଡ଼ିଛନ୍ତି। ବାତ୍ୟା ପୂର୍ବରୁ ପ୍ରାୟ ଲକ୍ଷେ ଲୋକଙ୍କୁ ସରକାରଙ୍କ ପକ୍ଷରୁ ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

ସେହିପରି କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଦାମନ ଓ ଦିଉ ମଧ୍ୟ ‘ତାଉତେ’ ଯୋଗୁ  ପ୍ରଭାବିତ ହୋଇଛି। ବାତ୍ୟା ପାଇଁ ଗୁଜୁରାଟରେ ବନ୍ଦର ଓ ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଥିଲା। ସେହିପରି ମୁମ୍ବାଇର ତଳିଆ ଅଞ୍ଚଳରେ ପାଣି ଜମା ରହି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।

You might also like