ଜୈଶ୍‌-ଇ-ମହମ୍ମଦ ହିଟ୍‌ ଲିଷ୍ଟ୍‌ରେ ମୋଦି, ଶାହ ଓ ଡୋଭାଲ୍

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଟାର୍ଗେଟ୍‌ରେ ଭାରତର ୩ ଶକ୍ତିଶାଳୀ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌। ଏହି ୩ ବ୍ୟକ୍ତି ଜୈଶ୍‌ରେ ହିଟ୍‌ ଲିଷ୍ଟରେ ଥିବା ଜଣାପଡ଼ିଛି।

ବ୍ୟୁରୋ ଅଫ୍‌ ସିଭିଲ ଆଭିଏସନ୍‌ ସିକ୍ୟୁରିଟି ଗତ କିଛି ଦିନ ତଳେ ଏକ ଚିଠି ପାଇଥିଲା। ଯେଉଁଥିରେ ଆତଙ୍କୀ ସଂଗଠନ ଜୈଶ୍‌ ମୋଦି, ଶାହ ଏବଂ ଡୋଭାଲଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଲେଖା ହୋଇଛି। ଜମ୍ମୁ-କାଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ପରେ ପ୍ରତିଶୋଧ ନେବା ପାଇଁ ସେମାନେ ଏହି ଷଡ଼ଯନ୍ତ୍ର କରୁଥିବା ଏଥିରେ ଉଲ୍ଲେଖ ରହିଛି।

ଏହି ଚିଠିରେ ଦେଶର ୩ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାବଦରେ ଲେଖାଥିବାରୁ କର୍ତ୍ତୃପକ୍ଷ ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇଛନ୍ତି। ଏହାପରେ ବିଭିନ୍ନ ସୁରକ୍ଷା ବିଭାଗକୁ ସତର୍କ ରହିବାକୁ ଆଲର୍ଟ କରାଯାଇଛି। ଏହି ସୂତ୍ରରୁ ଜଣାପଡ଼ିଛି ଯେ ଜୈଶ ଭାରତର ୩୦ଟି ପ୍ରମୁଖ ସହରକୁ ମଧ୍ୟ ଆକ୍ରମଣ ତାଲିକାରେ ରଖିଛି। ଏଥିରେ ଜମ୍ମୁ, ପଠାନ୍‌କୋଟ୍‌, ଅମୃତସର, ଜୟପୁର, ଗାନ୍ଧିନଗର, କାନପୁର ଏବଂ ଲକ୍ଷ୍ନୌ ଆଦି ସହର ରହିଛି। ଏହି ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ଜୈଶ ୪ଟି ବିମାନବନ୍ଦର ଉପରେ ମଧ୍ୟ ଆକ୍ରମଣ କରିବ।

ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କୀ ସଂଗଠନ ଜୈଶ ମୋଦି, ଶାହ ଏବଂ ଡୋଭାଲଙ୍କୁ ଟାର୍ଗେଟ୍‌ କରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ପ୍ରସ୍ତୁତ କରୁଛି। ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବା ମୋଦିଙ୍କ ନିର୍ବାଚନୀ କ୍ଷେତ୍ର ବାରଣାସୀରେ ଆକ୍ରମଣ ଯୋଜନା କରୁଥିଲା ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ହାଫିଜ ସୟିଦ୍‌ ନେତୃତ୍ୱରେ ଥିବା ଏହି ସଂଗଠନ ଉତ୍ତରପ୍ରଦେଶର ବାରଣାସୀଠାରେ ଏକ ଆତଙ୍କୀ ବେସ୍‌ ପ୍ରତିଷ୍ଠା କରିବାର ଯୋଜନାରେ  ମଧ୍ୟ ଥିଲା। ଭାରତର ଅନ୍ୟତମ ଧାର୍ମିକ ପ୍ରାଣକେନ୍ଦ୍ର ଏହି ପୂରାତନ ସହରରେ ଏଭଳି ଆକ୍ରମଣ ବାବଦରେ ସୂଚନା ମିଳିବା ପରେ ସୁରକ୍ଷାବାହିନୀକୁ ସତର୍କ କରାଯାଇଥିଲା।

ଆହୁରି ପଢ଼ନ୍ତୁ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

You might also like