ଚୀନ ବିରୋଧରେ ପାଗ ଭିଡିଲେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ

  • ଚୀନ୍ ବିରୁଦ୍ଧରେ ବିଧିବଦ୍ଧ ସାମରିକ ମେଣ୍ଟ
  • ୪ ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କୁ ନେଇ ୨୦୨୧ କ୍ୱାଡ୍ ବୈଠକ
  • ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ସାମିଲ
  • ଚୀନର ବିସ୍ତାରବାଦୀ ନୀତି ବିରୁଦ୍ଧରେ ରଣନୀତି ନେଇ ଆଲୋଚନା
  • ଇଣ୍ଡୋ ପାସିଫିକ୍ ଅଞ୍ଚଳକୁ କଟକଣାମୁକ୍ତ କରିବା ମୁଖ୍ୟ ପ୍ରସଙ୍ଗ
  • ଭାରତରେ ଅଧିକ ଭାକସିନ୍ ପ୍ରସ୍ତୁତି ପାଇଁ ନିବେଶ ସମ୍ପର୍କରେ ଆଲୋଚନା

ନୂଆଦିଲ୍ଲୀ: ଚୀନ୍ ବିରୁଦ୍ଧରେ ବିଧିବଦ୍ଧ ସାମରିକ ମେଣ୍ଟ ପ୍ରସ୍ତୁତ ହେଉଛି। ଚୀନର ବଢୁଥିବା ସାମରିକ ଓ ଅର୍ଥନୈତିକ ଅଭିବୃଦ୍ଧିକୁ କାଉଣ୍ଟର କରିବା ଲାଗି ଆରମ୍ଭ ହୋଇଛି ୪ କ୍ୱାଡ୍ ରାଷ୍ଟ୍ର ଗୋଷ୍ଠୀର ବୈଠକ। ୨୦୨୧ କ୍ୱାଡ୍ ବୈଠକରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ରାଷ୍ଟ୍ରମୁଖ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ଆଲଚୋନା କରିଛନ୍ତି। ଭିଡିଓ କନ୍ଫେରେନସିଂ ମାଧ୍ୟମରେ ଚାଲିଥିବା ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ପ୍ରମୁଖ ଆଲୋଚନା କରିଛନ୍ତି।

ବିଶେଷକରି ଇଣ୍ଡୋ ପାସିଫିକ୍ ଅଞ୍ଚଳକୁ ମୁକ୍ତ, ଅବାଧ ଓ ନିୟନ୍ତ୍ରଣ ବିହୀନ କରିବା ସହ ଚୀନର ବିସ୍ତାରବାଦୀ ନୀତି ବିରୁଦ୍ଧରେ ରଣନୀତି ପ୍ରସ୍ତୁତ ହୋଇଛି। ସେହିଭଳି କରୋନା ଭାକସିନ୍ ପ୍ରସ୍ତୁତି କ୍ଷେତ୍ରରେ ଚୀନର ଏକଚାଟିଆ କାରବାରକୁ ରୋକିବା ସହ ଭାରତରେ ଭାକସିନ୍ ଉତ୍ପାଦନ ବଢାଇବାକୁ ନିବେଶ ଉପରେ ମଧ୍ୟ ଆଲୋଚନା ହୋଇଛି। ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରମୁଖ୍ୟ ହେବା ପରେ ମୋଦିଙ୍କ ସହ ପ୍ରଥମ ଥର ଲାଗି ଏହି ବୈଠକରେ ମିଳିତ ହୋଇଛନ୍ତି।

 

You might also like