‘ବୁଦ୍ଧ ଏକ ନାମ ନୁହେଁ,ଏକ ପବିତ୍ର ବିଚାର’

ନୂଆଦିଲ୍ଲୀ:ବୁଦ୍ଧ କୌଣସି ପରିସ୍ଥିତିରେ ସୀମିତ ନୁହଁନ୍ତି, କୌଣସି ପ୍ରସଙ୍ଗରେ ସୀମିତ ନୁହଁନ୍ତି। ଆଜି ସମୟ ବଦଳିଛି। ସ୍ଥିତି ବି ବଦଳିଛି। ସମାଜର ବ୍ୟବସ୍ଥା ବଦଳିଛି। କିନ୍ତୁ ଭଗବାନ ବୁଦ୍ଧଙ୍କ ସନ୍ଦେଶ ବା ବାର୍ତ୍ତା ଆମ ଜୀବନରେ ନିରନ୍ତର ପ୍ରବାହିତ ହେଉଛି। କାରଣ ବୁଦ୍ଧ କେବଳ ଏକ ନାମ ନୁହେଁ ବରଂ ଏକ ପବିତ୍ର ବିଚାର।

ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବୁଦ୍ଧଙ୍କ ପବିତ୍ର ବାର୍ତ୍ତା ଦେବା ସହ କରୋନା ଯୁଦ୍ଧରେ ସାମିଲ ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି।

ମୋଦି କହିଛନ୍ତି, ଅଜି ବୁଦ୍ଧ ପୂର୍ଣ୍ଣିମା ସାରନାଥ, କୁଶୀନଗର ବ୍ୟତୀତ ଶ୍ରୀଲଙ୍କାର ଅନୁରାଧାପୁର ସ୍ତପ ଏବଂ ଭାସ୍କୁଡା ମନ୍ଦିରରେ ଏକସଙ୍ଗରେ ସମାରୋହରେ ପାଳନ କରାଯାଉଛି। ଏହି ଏକୀକରଣ ଏକ ସୁନ୍ଦର ଅନୁଭବ।

ମଣିଷ ସାମ୍ନା କରୁଥିବା ପ୍ରତ୍ୟେକ ବିପଦକୁ ଦୂର କରିବା ପାଇଁ ସନ୍ଦେଶ ଏବଂ ସଙ୍କଳ୍ପ ଭାରତର ସଭ୍ୟତା ଓ ସଂସ୍କୃତିକୁ ସବୁବେଳେ ଏକ ନୂତନ ଦିଗ ଦେଖାଇ ଆସିଛି। ଭଗବାନ ବୁଦ୍ଧ ଭାରତର ସଂସ୍କତିକୁ ଅଧିକ ସମୃଦ୍ଧ କରଛନ୍ତି। ସେ ନିଜ ଜୀବନକୁ ନିଜେ ଦୀପ ହୋଇ ଆଲୋକିତ କରିଛନ୍ତି। ସେତିକି ନୁହେଁ, ସେହି ଆଲୋକରେ ଅନ୍ୟ ଜୀବନକୁ ମଧ୍ୟ ଆଲୋକିତ କରଛନ୍ତି।

ବୁଦ୍ଧ ଭାରତର ବୋଧ ଏବଂ ଭାରତ ଆତ୍ମବୋଧ ଉଭୟର ପ୍ରତୀକ। ଏହି ଆତ୍ମବୋଧ ସହ ଭାରତ ସବୁବେଳେ ମାନବ ସମାଜ ପାଇଁ, ବିଶ୍ୱର ହିତ ପାଇଁ କାମ କରି ଆସୁଛି। ଭାରତର ପ୍ରଗତି ସବୁବେଳେ ବିଶ୍ୱର ପ୍ରଗତିରେ ସହାୟକ ହେବ।

ଆଜିର ଏଇ ହତାଶ ଏବଂ ନୈରାଶ୍ୟ ସମୟରେ ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଅଧିକ ପ୍ରାସଙ୍ଗିକ ମନେ ହୁଏ। କରୋନା ମୁକାବିଲା ସମୟରେ ବୁଦ୍ଧଙ୍କ ବାର୍ତ୍ତା ମଣିଷ ସମାଜ ପାଇଁ ଏକ ପ୍ରେରଣା। ବୁଦ୍ଧ ତ୍ୟାଗ ଏବଂ ତପସ୍ୟାର ନାମ। ବୁଦ୍ଧ ସେବାର ଏକ ସୋପାନ। ବୁଦ୍ଧ ନିଜକୁ ଜଳାଇ, ସବୁ ପରିସ୍ଥିତି ସହ ଖାପ ଖୁଆଇ, ନିଜକୁ ତ୍ୟାଗ କରି ଦୁନିଆକୁ ଆନନ୍ଦ, ଖୁସି ଦେବା ପାଇଁ ଆସିଥିଲେ।

ଆଜିର ଏହି କରୋନା ଯୁଦ୍ଧରେ ଏପରି  ନିଜ ଜୀବନ, ପରିବାରକୁ ପଛକୁ ପକାଇ ସେବା ଯୋଗାଇ ଆସୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସେଇ ବୁଦ୍ଧଙ୍କ ସହ ତୁଳନା କରି ମୋଦି କହିଥିଲେ, ଆମେ ଆମ ଆଖପାଖରେ ଅନେକ ଲୋକଙ୍କୁ ଦେଖୁଛୁ ଯେଉଁମାନେ ରୋଗୀଙ୍କ ଚିକିତ୍ସା ପାଇଁ, ଗରିବଙ୍କୁ ଭୋଜନ ଦେବା ପାଇଁ, ଡାକ୍ତରଖାନା ସଫା କରିବା ପାଇଁ, ରାସ୍ତାରେ ଆଇନର ସୁରକ୍ଷା ପାଇଁ ୨୪ ଘଣ୍ଟା କାମ କରୁଛନ୍ତି। ଭାରତ ତଥା ଭାରତ ବାହାରେ ଏପରି କାମ କରୁଥିବା ପ୍ରତ୍ୟକ ବ୍ୟକ୍ତି ଅଭିନନ୍ଦନର ପାତ୍ର ଅଟନ୍ତି ବୋଲି ମୋଦି କହିଥିଲେ।

ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଏହି ବିଶ୍ୱ ମହାମାରୀର ମୁକାବିଲା କରୁଥିବା ବିଶ୍ୱର ସମସ୍ତ ହେଲ୍‌ଥ ୱାର୍କର୍ସ ଏବଂ ଅନ୍ୟ ସେବା କର୍ମୀଙ୍କ ପାଇଁ ପ୍ରାର୍ଥନା ସପ୍ତାହ ଭାବେ ପାଳନ କରିବା ପାଇଁ ସଂକଳ୍ପ ନେଇଛି।

ଏହି ଅବରସରେ ବିଶ୍ୱର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସମ୍ବୋଧନ କରି ମୋଦି କହିଥିଲେ, ଆପଣ ନିଜେ, ନିଜ ପରିବାରର ତଥା ଯେଉଁ ଦେଶରେ ଅଛନ୍ତି ସେହି ଦେଶର ଯତ୍ନ ନିଅନ୍ତୁ। ନିଜକୁ ରକ୍ଷା କରନ୍ତୁ ଏବଂ ଯଥା ସମ୍ଭବ ଅନ୍ୟକୁ ବି ସାହାଯ୍ୟ କରନ୍ତୁ।

 

 

 

 

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like