୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ: ୨୦୧୫ରୁ ୨୦୧୯ ମସିହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୫୮ଟି ଦେଶ ଗସ୍ତ କରିଛନ୍ତି।ଏଥିରେ ୫୧୭ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ।

ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହା ମଧ୍ୟ ସୂଚାଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଯୋଗୁ ଦ୍ୱିପାକ୍ଷିକ ତଥା ଅନ୍ତଃରାଷ୍ଟ୍ରୀୟ ମାମଲା ଉପରେ ଭାରତର ଦୃଷ୍ଟିକୋଣ ନେଇ ଅନ୍ୟ ଦେଶମାନେ ବୁଝି ପାରିଛନ୍ତି। ଏତଦ୍‌ବ୍ୟତୀତ ବିଭିନ୍ନ ଦେଶ ସହ ସଂପର୍କ ମଧ୍ୟ ମଜଭୁତ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି ଶେଷଥର ବିଦେଶ ଗସ୍ତରେ ବ୍ରାଜିଲ୍‌ ଯାଇଥିଲେ। ଗତବର୍ଷ ନଭେମ୍ବରରେ ପ୍ରଧାନମନ୍ତ୍ରୀ BRICS ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲ୍‌ ଯାଇଥିଲେ। ସେଇମାସରେ ପ୍ରଧାନମନ୍ତ୍ରୀ ଥାଇଲାଣ୍ଡ ଗସ୍ତରେ ମଧ୍ୟ ଯାଇଥିଲେ।

କରୋନା ଲକ୍‌ଡାଉନ୍‌‌ ଯୋଗୁ ଚଳିତବର୍ଷ ଅର୍ଥାତ୍‌ ୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦି ବିଦେଶ ଗସ୍ତ କରି ନାହାନ୍ତି।

 

You might also like