ଏସିଅାନ୍ ଗେମ୍ସ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ଜାକର୍ତ୍ତା ଏସିଅାଡରେ ପଦକ ଜିତିଥିବା ଭାରତୀୟ ଅାଥଲେଟମାନଙ୍କୁ ସମ୍ବଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀରେ ଅାୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୁଇଟି ରୌପ୍ୟ ପଦକ ଜିତିଥିବା ଓଡିଶାର ଦୂତୀ ଚାନ୍ଦ, ହେପଟାଥଲନ ସ୍ୱର୍ଣ୍ଣ ପଦକ ବିଜେତା ସ୍ୱପ୍ନା ବର୍ମନ, ହିମା ଦାସଙ୍କ ସହ ଅନେକ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ ମୋଦି।

ଏସୀୟ କ୍ରୀଡାରେ ପଦକ ଜିତି ଅନ୍ୟ ମାନଙ୍କ ପାଇଁ ସେମାନେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୩୦ଟି ବ୍ରୋଞ୍ଜ ପଦକ ପାଇ ଏସିଆଡ୍‌ରେ ଭାରତ ନୂଆ ରେକର୍ଡ ସୃଷ୍ଟି କରିଛି।

You might also like