ଆବଶ୍ୟକ ପଡ଼ିଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଦେଶରେ ବଢୁଥିବା କରୋନା ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।  ଏକ ଭିଡିଓ କନଫରେନସିଂ ଜରିଆରେ କିପରି ସ୍ଥିତିର ମୁକାବିଲା କରିବ ସେ ନେଇ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ଭୟଭୀତ ନକରି ସେମାନଙ୍କୁ ସଚେତନ କରିବା ଦରକାର।  ଯେଉଁଠି ଜରୁରୀ, ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ। ଯଦି କଣ୍ଟେନମେଣ୍ଟ ଓ ସର୍ଭେଲାନ୍ସର ଆବଶ୍ୟକ ଅଛି, ତାହା ମଧ୍ୟ କରାଯାଉ। କରୋନା ଗ୍ରାଫକୁ ଦେଖି ପ୍ରଧାନମନ୍ତ୍ରୀ 3T ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 3T ଅର୍ଥାତ  ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍‌କୁ ନେଇ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ଦେଶର ସବୁ ରାଜ୍ୟରେ RTPCR ଟେଷ୍ଟ ବଢ଼ାଇବା ପାଇଁ  କହିଥିଲେ ମୋଦି। ଓଡ଼ିଶା, ବିହାର, ଛତିଶଗଡ଼ ଆଦି ରାଜ୍ୟରେ ଆଣ୍ଟିଜେନ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି। ହେଲେ ଏସବୁ ବଦଳାଇ RTPCR ଟେଷ୍ଟ ବଢାଇବା ଜରୁରୀ ବୋଲି କହିଥିଲେ ମୋଦି। RTPCR ଟେଷ୍ଟ ଯେତେ ବଢ଼ିବ, ସଂକ୍ରମଣ ବୃଦ୍ଧି ସେତେ ଶୀଘ୍ର କମିବ।

ପ୍ରଧାନମନ୍ତ୍ରୀ କହିଥିଲେ, ବିଦେଶାଗତଙ୍କ ପରୀକ୍ଷା ଓ କଣ୍ଟା ଟ୍ରେସିଂ ପ୍ରତି ଗୁରୁତ୍ୱ ଦେବା ଜରୁରୀ। ଟିକାକରଣ ଗତି ବଢ଼ିଛି, ଆମେ ଦିନକୁ ୩୦ ଲକ୍ଷ ଟିକା ଦେଉଛୁ। ତେବେ ଅନେକ ରାଜ୍ୟରେ ଟିକା ନଷ୍ଟ ହେଉଥିବା ଖବର ଆସୁଛି।  ଏପରିକି ତେଲେଙ୍ଗାନାରେ ୧୦% ଟିକା ନଷ୍ଟ ହେଉଥିବା ଜଣାପଡ଼ିଛି। ଟିକା ନଷ୍ଟ ହେବା ଅର୍ଥ, କାହାର ଅଧିକାରକୁ ଆମେ କ୍ଷୂଣ୍ଣ କରୁଛୁ ବୋଲି କହିଥିଲେ ମୋଦି।
କୌଣସି ଲୋକର ଅଧିକାର କ୍ଷୂଣ୍ଣ କରିବାର ଅଧିକାର ଆମର ନାହିଁ। ଟିକାର ଶୂନ ଅପଚୟକୁ ନିଶ୍ଚିତ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି କହିଥିଲେ ମୋଦି। ସେହିପରି ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ କରିଥିଲେ।
ମିଶନ ମୋଡ୍‌ରେ କାମ କଲେ ଟିକା ଅପଚୟ କମିବ।  ଏହା ସୁଶାସନ ପରୀକ୍ଷାର ସମୟ । ସଂକ୍ରମଣ ରୋକିବାକୁ ଔଷଧ ସହ ସଚେତନତା ନିଶ୍ଚିତ ମାନିବାକୁ ପଡ଼ିବ ବୋଲି କହିଲେ ପ୍ରଧାନମନ୍ତ୍ରୀ।

You might also like