କରୋନା ମୁକାବିଲା: ଗ୍ରାମାଞ୍ଚଳ ପ୍ରତି ଅଧିକ ଧ୍ୟାନ ଦେବାକୁ ମୋଦିଙ୍କ ଆହ୍ୱାନ

ଭୁବନେଶ୍ୱର: କୋଭିଡ୍ ସଙ୍କଟ ସତ୍ତ୍ୱେ ଦେଶର ଅଧିକାଶ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ଗତିଶୀଳ ହେବାରେ ଲାଗିଛି। ତେବେ କୋଭିଡ୍ ବିରୋଧୀ ଲଢେଇକୁ ଏଣିକି ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭି଼ଡିଓ କନଫରେନ୍ସିଂରେ ଆଲୋଚନା ବେଳେ ଏହି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ ସଙ୍କଟରୁ ଗ୍ରାମାଞ୍ଚଳକୁ ଯେଭଳି ମୁକ୍ତ ରଖାଯିବ ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର ବୋଲି ମୋଦି କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଚମ ଭର୍ଚୁଆଲ୍ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ପୁଣି ଥରେ ଦୋ ଗଜ୍ ଦୂରି ବା ଦୁଇ ଗଜ ଦୂରତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏବେ ଭଳି କେନ୍ଦ୍ର ଓ ରାଜ୍ୟ ଆଗକୁ ଏକାଠି ହୋଇ ଲଢେଇ ଜାରି ରଖିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ଆଜିର ବୈଠକରେ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଳି ପଡିଥିଲା। କରୋନା ସଂକଟକୁ ନେଇ କେନ୍ଦ୍ର ରାଜନୀତି କରୁଥିବା ଓ ରାଜ୍ୟଙ୍କ ଭିତରେ ବାଛବିଚାର କରୁଥିବା ମମତା ଅଭିଯୋଗ କରିଥିବା ସୂଚନା ମିଳିଛି।

ସେପଟେ ଆସନ୍ତା ୩୧ ତାରିଖ ଯାଏଁ ତାଙ୍କ ରାଜ୍ୟକୁ ବିମାନ ଓ ରେଳ ସେବା ଆରମ୍ଭ ନ କରିବାକୁ ଅନୁରୋଧ କରିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମଧ୍ୟ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରାଯିବାକୁ ବିରୋଧ କରିଥିବା ଜଣାପଡିଛି। ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଲକଡାଉନ୍ ବଢାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି।

ଆଜିର ବୈଠକରେ ଗୃହ ମନ୍ତ୍ରୀ ଅମିତ୍ ଶାହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ।

You might also like