ବିଶାଳ ସୁଡ଼ଙ୍ଗ ଜରିଆରେ ସଂସଦକୁ ରାସ୍ତା : ଯିବାଆସିବା କରିବେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ବିଶାଳ ସୁଡ଼ଙ୍ଗ ତିଆରି ହେବ। ସୁଡ଼ଙ୍ଗ ଜରିଆରେ ସଂସଦକୁ ଯିବାଆସିବା କରିବେ ଦେଶର ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି। କଡ଼ା ସୁରକ୍ଷା ବଳୟରେ ରାଜରାସ୍ତା ଦେଇ ଆଉ ତାଙ୍କୁ ଯିବାକୁ ପଡ଼ିବ ନାହିଁ। ସଂସଦ ଭବନରୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ଆବାସ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ନିର୍ମାଣ କରାଯିବାର ଯୋଜନା କରାଯାଉଛି। ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ଗାଡି ସଂସଦରୁ ବାହାରିବା ସମୟରେ ସାଧାରଣ ଜନତାଙ୍କ ଯିବାଆସିବାରେ ଯେପରି କୌଣସି ବ୍ୟାଘାତ ସୃଷ୍ଟି ନହୁଏ, ସେଥିପାଇଁ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଉଛି।

ସୁଡ଼ଙ୍ଗ ସିଙ୍ଗଲ ଲେନ ବିଶିଷ୍ଟ ହେବ ହେବ ବୋଲି ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ହିଁ ଏହି ସୁଡ଼ଙ୍ଗକୁ ବ୍ୟବହାର କରିବେ। ବିଶାଳ ସୁଡ଼ଙ୍ଗ ନିର୍ମାଣ ପାଇଁ କମ ସ୍ଥାନ ବ୍ୟବହାର କରାଯିବା଼କୁ ଯୋଜନା ଥିବାବେଳେ, ସଂସଦ ଯାଏଁ ପହଞ୍ଚିବାକୁ ହେଲେ ଗଲ୍ଫ କୋର୍ଟର ବ୍ୟବହାର  କରାଯିବା । ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ତଟ ଅନୁଯାୟୀ, ନୂତନ PM ଗୃହ ଏବଂ PMO ଦକ୍ଷିଣ ବ୍ଲକ ଆଡକୁ ନିର୍ମାଣ କରାଯିବ।ସେପଟେ ଅଳ୍ପ ଦୂରରେ ଥିବାରୁ, ରାଷ୍ଟ୍ରପତି ଭବନରୁ ଏହି ଭଳି ସୁଡ଼ଙ୍ଗର କୌଣସି ଆବଶ୍ୟକତା ନଥିଲା, ତେଣୁ ତାଙ୍କ ବାସଭବନରୁ ସଂସଦ ପର୍ଯ୍ୟନ୍ତ ସୁଡ଼ଙ୍ଗ ତିଆରି କରାଯିବ ନାହିଁ।

ବର୍ତ୍ତମାନ ସେଣ୍ଟ୍ରାଲ ଭିଷ୍ଟା ଓ ଲୁଟିୟାନ୍ସ ବଙ୍ଗଳା ଜୋନର ଭିଆଇପିଙ୍କ ଯିବାଆସିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ବ୍ୟାରିକେଡ଼୍ ବ୍ୟବସ୍ଥା କରାଯାଇଛି । ଫଳରେ ସଧାରଣ ଲୋକ ହଇରାଣ ହେଉଛନ୍ତି, ବାରମ୍ବାର ତାଙ୍କୁ ଅଟକିବାକୁ ପଡ଼ୁଛି। ଆଗାମୀ ସମୟରେ ଜାନୁଆରୀ ୨୬ର ପରେଡ଼ ପରି  କାର୍ଯ୍ୟକ୍ରମରେ ଏହି VIP ରାସ୍ତାର ବ୍ୟବହାର କରାଯିବ।

ସୂଚନାଯୋଗ୍ୟ ସଂସଦ ଭବନକୁ ଅତ୍ୟାଧୁନିକ ସୁବିଧା ସହ ନିର୍ମାଣ କରାଯାଉଛି । ୯୭୧ କୋଟି ଟଙ୍କା ବ୍ୟୟରେ ୬୪ ହଜାର ୫୦୦ ବର୍ଗ ମିଟର ଅଞ୍ଚଳରେ ତିନି ମହଲା ବିଶିଷ୍ଟ ଭବନ ର୍ନିମାଣ ହେବ। ନୂତନ କୋଠାରେ ବିଶାଳ କନ୍‌ଷ୍ଟିଚ୍ୟୁସନ୍ ହଲ୍, ସାଂସଦଙ୍କ ପାଇଁ ଲନ, ମଲ୍ଟି କମିଟି ରୁମ୍, ଡାଇନିଂ ଅଞ୍ଚଳ, ପାର୍କିଂ ଓ ଲାଇବ୍ରେରୀ ସୁବିଧା ରହିବ ।ନୂଆ ସଂସଦ ଭବନର ର୍ନିମାଣ କାମ ୨୧ ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌କୁ ଚୁକ୍ତିନାମା ଦିଆଯାଇଛି। ୨୦୨୨ ସ୍ୱାଧୀନତା ଦିବସ ଦିନ ଏହାର ଶୁଭାରମ୍ଭ କରାଯିବ।  ପୁରୁଣା ସଂସଦ ଭବନ ୧୮ ଜାନୁଆରୀ ୧୯୨୭ ମସିହାରେ ଶୁଭାରମ୍ଭ ହୋଇଥିଲା ।

ନୂଆ ସଂସଦ ଭବନର ଭୂମିକମ୍ପ ନିରୋଧି କ୍ଷମତା ରହିବ। ଏଥିସହିତ ବାୟୁ ଏବଂ ଧ୍ୱନି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ବିଭିନ୍ନ ବ୍ୟବସ୍ଥା କରାଯିବ । ନୂଆ ସଂସଦ ଭବନରେ ଆଧୁନିକ ଡିଜିଟାଲ ବ୍ୟବସ୍ଥା ରହିବ। ଏଥିସହିତ ଏହା କାଗଜ ରହିତ କାର୍ଯ୍ୟାଳୟ ହେବାର ବ୍ୟବସ୍ଥା କରାଯାଇଛି। ଏହାର ନିର୍ମାଣ କାର୍ଯ୍ୟରେ ୨୦୦୦ ଲୋକଙ୍କର ସିଧାସଳଖ ଭୂମିକା ରହିବ। ୯୦୦୦ ଲୋକଙ୍କର ପରୋକ୍ଷ ଭୂମିକା ରହିବ।

You might also like