ଦେଶର ଆର୍ଥିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ରାହୁଲ‌

ନୂଆଦିଲ୍ଲୀ: ସତ ଠାରୁ କିପରି ପଳାୟନ କରିହେବ ତାହା ପ୍ରଧାନନ୍ତ୍ରୀଙ୍କ ଶିଖାନ୍ତି ବୋଲି କହି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏକ ଇଂରାଜୀ ଖବର କାଗଜରେ ଭାରତର ଜିଡିପି ସମ୍ପର୍କରେ ପ୍ରକାଶିତ ଏକ ଖବରକୁ ନେଇ ଏପରି ଟ୍ୱିଟ୍‌ କରିଛନ୍ତି ରାହୁଲ।

ରାହୁଲ ଟ୍ୱିଟ କରିଥିବା ଇଂରାଜୀ ଖବର କାଗଡରେ ଭାରତ ତାର ଜିଡିପି ଗ୍ରୋଥ ଫେରିବା ପାଇଁ ବର୍ଷ ବର୍ଷ ସମୟ ଲାଗିବ ବୋଲି ଏକ ଶିରୋନାମା ରହିଛି। ଏହାକୁ ନେଇ ଟ୍ୱିଟ୍ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ରାହୁଲ।

ରାହୁଲ ଟ୍ୱିଟ୍ କରି ଲେଖିଛନ୍ତି  “ସତ ଠାରୁ କିପରି ପଳାୟନ କରି ହେବ ଆମ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶିଖାଉଛନ୍ତି। ଯାହାର ଫଳ ସ୍ୱରୂପ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ଜୀବୀକା ଓ ଗୌରବର ହରାଉଛନ୍ତି। ”

ଅନ୍ୟପଟେ ବିହାର ନିର୍ବାଚନକୁ ନେଇ ମଧ୍ୟ ବିଜେପି ଉପରେ ରାଜନୈତିକ ଆକ୍ରମଣ ଜାରି ରଖିଛି କଂଗ୍ରେସ। ବିହାରରେ ବିଜେପିର ୧.୯ ମିଲିୟନ ନିଯୁକ୍ତିର ନିର୍ବାଚନୀ ପ୍ରତିଶ୍ରୁତିକୁ ମଧ୍ୟ ସମାଲୋଚନା କରିଛି କଂଗ୍ରେସ।

ପୂର୍ବରୁ ବିଜେପି ପ୍ରତ୍ୟେକ ଦେଶବାସୀଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହି ପ୍ରତିଶ୍ରୁତି ଠିକ ସେହିଭଳି ହେବ ବୋଲି ରାହୁଲ କଟାକ୍ଷ କରିଛନ୍ତି। ସେହିପରି ମାଗଣା କରୋନା ଭ୍ୟାକ୍ସିନ ବିତରଣକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ୍‌ କରିଆସୁଛି କଂଗ୍ରେସ।

You might also like